ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରଚଲା ବ୍ରିଜ କାମ ର ଅସ୍ଥାୟୀ ବାଇପାସ ରାସ୍ତା କାଟିବାରୁ ଯାନବାହନ ଚଳାଚଳ ଠପ 

କରଚଲା ବ୍ରିଜ କାମ ର ଅସ୍ଥାୟୀ ବାଇପାସ ରାସ୍ତା କାଟିବାରୁ ଯାନବାହନ ଚଳାଚଳ ଠପ 

ଜୁନାଗଡ଼ ୧୩/୭ ( ମ ନିସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ପଖାନାଗୁଡା କରଚଲା ଚିଲକପୁର ପିଡବ୍ଲୁଡି ରାସ୍ତାର ଉର୍ଣ୍ଣତି କରଣ ଦୀର୍ଘ ମାସ ହେଲା ଚାଲୁ ରହିଛି ।ବର୍ଷା ଦିନରେ ମଧ୍ୟ ମେଟାଲ କାମ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଏହି ରାସ୍ତାର କରଚଲା କଲେଜ ନିକଟରେ ନିର୍ମାଣ ହେଉଥିବା ଅମ୍ବାଦୁଲ। ଡି ଷ୍ଟ୍ର ବ୍ୟୁଟାରୀ ଶାଖା କେନାଲର ବ୍ରିଜ ନିର୍ମାଣ କାମ ଚାଲୁ ରହିଛି ।ଏହି ବ୍ରିଜ ନିର୍ମାଣ ପାଇଁ ଖରା ମାସରେ ଠିକାଦାର ଜଣକ ଯାନବାହନ ଓ ଲୋକଙ୍କ ଯିବା ଆସିବା ପାଇଁ ଅସ୍ଥାୟୀ ବାଇପାସ ରାସ୍ତା ନିର୍ମାଣ କରିଥିଲେ ।କେନାଲ ପାଣି ଖରା ମାସରେ ବନ୍ଦ ଥିବା ଯୋଗୁ ଠିକାଦାର ଜଣକ ଅସ୍ଥାୟୀ ବାଇପାସ ରାସ୍ତାରେ ହୋମ ପାଇପ ନ ଦେଇ ରାସ୍ତା ନିର୍ମାଣ କରିଥିଲେ ।ଶାଖା କେନାଲ ବ୍ରିଜ ନିର୍ମାଣ ହୋଇ ଥିବାରୁ ଚାଷୀଙ୍କୁ ଧାନ ତଳି ପକା ପାଇଁ ପାଣିର ଆବଶ୍ୟକ ପଡି ଥିଲା ।ହେଲେ ଗତ ୧୦ ତାରିଖରେ କେନାଲ ପାଣି ଛଡା ଯିବାରୁ ଚାଷୀ ମାନେ କେନାଲ ପାଣି ଠିକ ଭାବରେ ପାଉ ନ ଥିଲେ । ଏପରିକି ଆଜି ବ୍ରିଜ ନିର୍ମାଣର ବାଇପାସ ରାସ୍ତା ସକାଳେ ଠିକ ରହି ଥିଲା ।ଅପରାହ୍ନ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇ ଥିଲା ଏବଂ କେନାଲରେ ମଧ୍ୟ ଠିକ ଭାବରେ ପାଣି ଆସୁଥିଲା ।ଚାଷୀଙ୍କୁ ପାଣି ଦରକାର ଥିବା ଯୋଗୁଁ ଅସ୍ଥାୟୀ ବାଇପାସ ରାସ୍ତା ସମ୍ପୂର୍ଣ ଭାଙ୍ଗି ଦିଆଗଲା ।ଯାହା ଫଳରେ ଅପରାହ୍ନ ରେ କରଚଲା ପଖନାଗୁଡା ରାସ୍ତା ଯାନବାହନ ଚଲା ଚଲ ଠପ ରହିଥିଲା । ଏହି ରାସ୍ତା ବନ୍ଦ ଥିବାରୁ ଲୋକେ ବହୁତ କଷ୍ଟରେ ଖରାପ ଥିବା ଶାଖା କେନାଲ ଦେଇ ୧ କିମି ଅତିକ୍ରମ କଲା ପରେ କରଚଲା ବ୍ରିଜ ରାସ୍ତାକୁ ଆସିବାକୁ ପଡୁଥିଲା । କରଚଲା ଗ୍ରାମର ବରିଷ୍ଠ ସମାଜସେବୀ ଶେଷ ଦେବ ପଣ୍ଡା ଙ୍କୁ ପଚାରିବାରୁ କେନାଲ ବ୍ରିଜ ନିର୍ମାଣ ବେଳେ ଯେଉଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା ।ସେହି ରାସ୍ତାରେ ଯଦି ପୂର୍ବରୁ ହୋମ ପାଇପ ଦେଇ ରାସ୍ତା ନିର୍ମାଣ କରାଯାଇଥାନ୍ତା ।ତାହେଲେ ଅସ୍ଥାୟୀ ରାସ୍ତାକୁ ଭାଙ୍ଗିବାକୁ ପଡି ନ ଥାନ୍ତା । ଏହି ଶାଖା କେନାଲ ରାସ୍ତା ଦେଇ ପାଣି ଚାଷୀଙ୍କ ପାଖକୁ ଯାଉଛି ।ଏଣୁ ଚାଷୀଙ୍କ ହିତ ନିମନ୍ତେ ବାଇପାସ ରାସ୍ତା ଭଙ୍ଗା ଯାଇଥାଇ ପାରେ ବୋଲି ସେ କହିଥିଲେ ।ଏବେ ଲୋକେ କେଉଁ ଆଡେ ଦେଇ ଯିବା ଆସିବା କରିବେ ତାହା ସମସ୍ୟା ହୋଇ ରହିଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜାତୀୟ ମତଦାନ ଦିବସ ପାଳିତ

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ  

Sunil Chandra Nayak

ବିଭିନ୍ନ ସ୍ଥାନରେ ଆୟୋଜିତ ପବିତ୍ର ରଥଯାତ୍ରା ମହୋତ୍ସବରେ ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!