ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମର ସଫଳତା : ଲାଇସେନ୍ସ କ୍ୱାର୍ଟର, ଡବଲ୍ କ୍ୱାର୍ଟର ଓ ରିଟେନ୍ସନ୍ ସ୍କିମ୍ ନେଇ ମିଳିଲା ବଡ଼ ଆଶ୍ୱସ୍ତି

ସଂଗ୍ରାମର ସଫଳତା : ଲାଇସେନ୍ସ କ୍ୱାର୍ଟର, ଡବଲ୍ କ୍ୱାର୍ଟର ଓ ରିଟେନ୍ସନ୍ ସ୍କିମ୍ ନେଇ ମିଳିଲା ବଡ଼ ଆଶ୍ୱସ୍ତି

   ରାଉରକେଲା: ଲାଇସେନ୍ସ କ୍ୱାର୍ଟର, ଡବଲ୍ କ୍ୱାର୍ଟର ଏବଂ ୧୮ ମାସିଆ କ୍ୱାର୍ଟର ରିଟେନ୍ସନ୍ ସ୍କିମ୍ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଆଜି ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଆଲୋକ ବର୍ମାଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ହୋଇଥିବା ଆଲୋଚନା ପରେ ସାଧାରଣ ସମ୍ପାଦକ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଯେ, ଯେଉଁ ଲାଇସେନ୍ସ ହୋଲ୍ଡରମାନଙ୍କର ବକେୟା ଦେୟ ରହିଛି, ସେମାନେ ତୁରନ୍ତ ତାହା ପୈଠ କରନ୍ତୁ । ସେହିପରି, ଯେଉଁମାନେ କ୍ୱାର୍ଟର ଏକ୍ସଟେନ୍ସନ୍ ସମୟରେ ଡ୍ରେନ୍, ରାସ୍ତା କିମ୍ବା ବିଦ୍ୟୁତ ଖୁଣ୍ଟ ଆଦିକୁ ଅବରୋଧ କରିଛନ୍ତି, ସେମାନେ ଶୀଘ୍ର ତାହାକୁ ହଟାଇ ଦିଅନ୍ତୁ । ବାକି ଲାଇସେନ୍ସ ହୋଲ୍ଡରମାନଙ୍କ ସ୍ୱାର୍ଥ ସୁରକ୍ଷାର ଦାୟିତ୍ୱ ରାଉରକେଲା ଶ୍ରମିକ ସଂଘ ନେଇଛି ବୋଲି ସେ କହିବା ସହ କୌଣସି ପ୍ରକାର ବିଚଳିତ ନହୋଇ ସମସ୍ତଙ୍କୁ ସଂଘ ଉପରେ ଭରସା ରଖିବାକୁ ଅନୁରୋଧ କରିଛନ୍ତି । 

 ଯେଉଁ କର୍ମଚାରୀମାନଙ୍କୁ ନିଜ ପରିବାରର ବ୍ୟବହାର ଉଦ୍ଦେଶ୍ୟରେ ଡବଲ୍ କ୍ବାଟର ଯୋଗେଇ ଦିଆଯାଇଅଛି ତାହା ବଳବତ୍ତର ରହିବ ।

 ଏଥିସହିତ ୧୮ ମାସିଆ କ୍ୱାର୍ଟର ରିଟେନ୍ସନ୍ ସ୍କିମ୍ ପୂର୍ବଭଳି ବଳବତ୍ତର ରହିବ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସକାରାତ୍ମକ ମନୋଭାବ ଓ ସହଯୋଗ ପ୍ରଦର୍ଶନ କରିଥିବାରୁ ଡିଆଇସି ଆଲୋକ ବର୍ମାଙ୍କୁ ଧନ୍ୟବାଦ ଜଣାଯାଇଛି । ସେହିପରି, ଗତ ୪ ତାରିଖର ବିଶାଳ ଗଣଧାରଣାକୁ ସଫଳ କରିଥିବା ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ସମାଜସେବୀ,ସାମାଜିକ ଅନୁଷ୍ଠାନର ପ୍ରତିନିଧି, ଇସ୍ପାତ କାରଖାନାର କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମଧ୍ୟ ରାଉରକେଲା ଶ୍ରମିକ ସଂଘ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି । “ଏକତା ଆମର ଶକ୍ତି, ‘ମୁଁ’ ନୁହେଁ ‘ଆମେ’ରେ ହିଁ ସଫଳତା ନିହିତ” ବୋଲି ସାଧାରଣ ସମ୍ପାଦକ ଦୃଢ଼ୋକ୍ତି ପ୍ରକାଶ କରି କୌଣସି ଗୁଜବ କିମ୍ବା ଅପପ୍ରଚାରରେ ବିଚଳିତ ନହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ: ଯୁବାପଦର ଗାଁରେ ମେଡିକାଲ ଟିମ୍‌, ୨୦ରୁ ଊର୍ଦ୍ଧ୍ୱ ଜ୍ୱର ରୋଗୀଙ୍କ ଚିକିତ୍ସା

Sunil Chandra Nayak

ଫସଲ ନଷ୍ଟ କ୍ଷତି ପୂରଣ ପ୍ରକ୍ରିୟା ଆରମ୍ଭ 

masiha

ବାର୍ଷିକ ସମ୍ମିଳନୀ ପାଇଁ ବାଣାୟତ ସମାଜ ର ପ୍ରସ୍ତୁତି ବୈଠକ.

masiha

Leave a Comment

error: Content is protected !!