ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଠନ ହେଲା ଶିକ୍ଷକ ସମନ୍ୱୟ କମିଟି 

ଗଠନ ହେଲା ଶିକ୍ଷକ ସମନ୍ୱୟ କମିଟି 

ଖଇରା,୧୩/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ପ୍ରାଥମିକ ଶିକ୍ଷକ ସଂଘ ଗୃହ ମଧ୍ୟରେ ବ୍ଲକର ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା ମାନଙ୍କୁ ନେଇ ଶିକ୍ଷକ ସମନ୍ୱୟ କମିଟି ଗଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ କମଳଲୋଚନ ଯେନାଙ୍କ ସଭାପତିତ୍ବରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । 

          ଉକ୍ତ ବୈଠକରେ ମହେନ୍ଦ୍ର ପ୍ରସାଦ କବି, ଦାମୋଦର ସେଣ୍ଢ, ପ୍ରଫୁଲ୍ଲ କୁମାର ଦାଶ, ଚିତ୍ତ ରଞ୍ଜନ ମହାପାତ୍ର, ଲକ୍ଷ୍ମଣ କୁମାର ସେଣ, ଉଦୟ ନାରାୟଣ ପାତ୍ର, ସୁଶାନ୍ତ କୁମାର ମହାପାତ୍ର, ରଞ୍ଜନ କୁମାର ମହାନ୍ତି, ମହେନ୍ଦ୍ର ପ୍ରସାଦ ବିଶ୍ବାଳ, ସନ୍ତୋଷ କୁମାର ଦକ୍ଷିଣରାୟ, ତପନ କୁମାର ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଜୟନ୍ତ କୁମାର ପଣ୍ଡା ନାରାୟଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ହୋଇ ସମନ୍ୱୟ କମିଟି ଗଠନ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ପରେ ପରେ କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମଣ କୁମାର ସେଣ, ଉପଦେଷ୍ଟା ଭାବେ କମଳଲୋଚନ ଜେନା, ମହେନ୍ଦ୍ର ପ୍ରସାଦ କବି, ଦାମୋଦର ସେଣ୍ଢ, ସଂଗଠନ ସଭାପତି ଓ ସମ୍ପାଦକ ଭାବେ ସମନ୍ୱୟ ସମିତି ଖଇରା ବ୍ଲକର ପଳାସପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପଣ୍ଡା ସଭାପତି, ଗେଙ୍ଗୁଟିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦକ୍ଷିଣରାୟ ସମ୍ପାଦକ, ନହଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜଶ୍ରୀ ରାଉତ, ଶାନ୍ତିଲତା ହାଇସ୍କୁଲ ବରପଦାର ସହକାରୀ ଶିକ୍ଷକ ରଞ୍ଜନ କୁମାର ମହଲା ଉପସଭାପତି, କୁମାରମୌଦା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଲମ୍ବୋଦର ଦାସ ସହସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ସମସ୍ତେ ନବଗଠିତ କମିଟିକୁ ସ୍ବାଗତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

ଅର୍ଥ ସାଜିଛି ବାଧକ ,ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ପ୍ରଶାସନ କୁ ଆକୁଳ ନିବେଦନ

Sunil Chandra Nayak

ବ୍ଲକ ମୁଖ୍ୟାଳୟରୁ ଆରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!