ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ରେ ବାର୍ଷିକୀ ଉତ୍ସବ ପାଳନ

ରୁପ୍ରା, ୧୨ /୪ (ମନିସ) : ନର୍ଲା ବ୍ଳକ ଅଧିନ ରୁପ୍ରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମ ର ମାଁ ଦ୍ବାରସୂନୀ ପୀଠରେ ପୂଜାର୍ଚ୍ଚନା କରିବା ପରେ ସେଠାରୁ ଛାତ୍ରଛାତ୍ରୀ ମାନେ ମଶାଲ ଶୋଭାଯାତ୍ରା ରେ ବାହାରି ମଶାଲ କୁ ବାର୍ଷିକ ଉତ୍ସବ ମଣ୍ଡପ ଠାରେ ସ୍ଥାପିତ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନର୍ଲା ଏବିଇଓ ସୁର୍ଯଦେବ ବାଗ ଯୋଗଦାନ କରିଥିବା ବେଳେ ମୁଖ୍ଯବକ୍ତା ଭାବେ ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ଯା ନମ୍ରତା ସାହୁ, ସିଆରସିସି ଡମ୍ବରୁଧର ସାହୁ, ଉକ୍ତ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରଦେବ ମହାନନ୍ଦ ଓ ଦେବରାଜ ଗୌଡ ତଥା ପ୍ରଧାନଶିକ୍ଷକ ଗରୁଡ ସାହୁ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ।

ଅପରାହ୍ନ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ରୁପ୍ରା ପଞ୍ଚାୟତ ସରପଞ୍ଚ ଡଲି ବେହେରା, ରୁପ୍ରା ପଞ୍ଚାୟତ ସମିତି ସଭ୍ଯା ସସ୍ମିତା ବିଶ୍ବାଲ ଓ ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କୋଭିଡ୍ ମହାମାରୀ କାରଣ ରୁ ଦୀର୍ଘ ଦୁଇ ବର୍ଷ ହେଲା ବିଦ୍ୟାଳୟ ପରିସର ବନ୍ଦ ରହିବା ସହ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା, ଏଣୁ ଏହି ବାର୍ଷିକ ଉତ୍ସବ କୁ ବିଦ୍ୟାଳୟ ତରଫରୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା। ଏହି ଅବସରରେ ସନ୍ଧ୍ୟାରେ ବାର୍ଷିକ ଉତ୍ସବ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ବିଭିନ୍ନ କାର୍ଯ୍ୟକ୍ରମରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ଉକ୍ତ ବିଦ୍ୟାଳୟ ତରଫରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥି ମାନଙ୍କୁ ଅବଗତ କରାଯାଇଥିବା ବେଳେ ଅତିଥି ମାନେ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ପ୍ରଧାନଶିକ୍ଷକ ଗରୁଡ ସାହୁ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଶିକ୍ଷକ ତଥା ଯୁବ ପର୍ବତାରୋହୀ ଯୋଗବ୍ଯାସ ଭୋଇ କରିଥିବା ବେଳେ ଶିକ୍ଷକ ପାର୍ଥମୋହନ ପ୍ରଧାନୀ, ହେମନ୍ତ ସାହୁ, ଶିକ୍ଷୟତ୍ରୀ ମୌସୁମୀମାଲା ଚୌଧୁରୀ ଓ ପରିଚାଳନା କମିଟିର ଉପସଭାପତି ସୁରନ୍ତୀ ନାଗଙ୍କ ସମେତ ଅଭିଭାବକ ମାନେ ସହଯୋଗ କରିଥିଲେ। ଉତ୍ସବ ଶେଷରେ ପ୍ରଧାନଶିକ୍ଷକ ଗରୁଡ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସଭାପତି ପ୍ରକାଶ ବିଶ୍ୱାଳ

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା ମହମବତୀର ତ୍ୟାଗ

Leave a Comment

error: Content is protected !!