ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

ରାଉରକେଲା : ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲାର ପ୍ରତିନିଧୀ ମଣ୍ଡଳୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ ନେତୃତ୍ବରେ ରାଉରକେଲା ଇସ୍ପାତ କାରଖାନା ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ରଙ୍କୁ ଭେଟି ଆଜି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ଙ୍କ ସହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପତ୍ରରେ ଇସ୍ପାତ ନଗରୀର ବସ୍ତି ବାସିନ୍ଦାମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଉଥିବା ଦର୍ଶାଯାଇଛି । ଏଥିରେ ରାସ୍ତା ଘାଟର ମରାମତି, ପାଣି ନିସ୍କାସନ ପାଇ ନାଳ, ପିଇବା ପାଇଁ ପାନୀୟ ଜଳ, ଆବଶ୍ୟକ ସ୍ଥାନରେ ନଳ କୂପ , ବିଦ୍ୟୁତ ସଂଯୋଗ ଆଦି ଆବଶ୍ୟକତା ପାଇଁ ଉଲ୍ଲେଖ କରାଯାଇଛି । କିଛିଦିନ ତଳେ ବିଧାୟକ ଶ୍ରୀ ତନ୍ତୀ ସେକ୍ଟର ୧୪ ର ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ଘର ଘର ବୁଲି ପ୍ରଭାବିତ ପରିବାର ବର୍ଗଙ୍କୁ ଭେଟିଥିଲେ । ସମସ୍ତେ ନିଜକୁ ଓ ପରିବେଶକୁ ଡେଙ୍ଗୁ କବଳରୁ ମୁକ୍ତି ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଡେଙ୍ଗୁ ଯେପରି ଆଗକୁ ନ ଵ୍ୟାପିବ ତାର ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ରଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଏହା ଉପରେ ଅଧିକାରୀଙ୍କ ସହିତ ଆଲୋଚନା କରି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ବୋଲି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଝରିଗାଁ ରେ ‘ଘର ଘର ତ୍ରିରଙ୍ଗା’ ଅଭିଯାନ

Sunil Chandra Nayak

ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା

Sunil Chandra Nayak

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

Sunil Chandra Nayak

Leave a Comment

error: Content is protected !!