ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ

ଜୁନାଗଡ ରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ

ଜୁନାଗଡ଼,୧୭/୭(ମନିସ)ଜୁନାଗଡ ସହର ର ନୂଆ ବସ୍ ଷ୍ଟାଣ୍ଡ ରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଗତ ବର୍ଷ ଜୁଲାଇ ୧୭ ତାରିଖ ରେ ଜୁନାଗଡ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ନୂଆ ବସ୍ ଷ୍ଟାଣ୍ଡ ଠାରେ ବାବା ସାହେବ ଡାଃ ବିଆର୍ ଆମ୍ବେଦକରଙ୍କ ପୂର୍ଣାବୟବ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା l ଏହାକୁ ଏକ ବର୍ଷ ପୂର୍ଣ୍ଣ ହୋଇଥିବା ବେଳେ ସଂଗ୍ରାମ ସମିତି ପକ୍ଷରୁ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସର ରେ ସଂଗ୍ରାମ ସମିତି ର ସଦସ୍ୟ ସମୁହ ବାବା ସାହେବ ଙ୍କ ପ୍ରତିମୂତ୍ତିର୍ରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ lଏଥିସହ ବାବା ସାହେବ ଙ୍କ ର ସ୍ମୃତି ଚାରଣ ସହ ତାଙ୍କ ଆଦର୍ଶ ସହ ଭାରତୀୟ ସମ୍ଭିଧାନ କୁ ଆଧାର କରି ସାମାଜ କୁ ଉତ୍ଥାନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଂଗଠନ ର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି, କୋଷାଧକ୍ଷ ପୁର୍ନେନ୍ଦୁ ମାଝୀ, ସମ୍ପାଦକ ସୁଶାନ୍ତ ନାଏକ, ଉପଦେଷ୍ଟା ଶିବ ମହାନନ୍ଦ, ବରିଷ୍ଟ ସଦସ୍ୟ ରତନ ଧଙ୍ଗଡାମାଝି, ଗୌରାଙ୍ଗ ମାଝୀ, ଅଞ୍ଜନ କ୍ଷିତି, ରବି ଶଙ୍କର ସୁନାନୀ, ବିକ୍ରlନ୍ତ କୁମାର, ଘାସିରାମ କ୍ଷିତି, ଜଗନ୍ନାଥ ବାଗ, ମୁକୁନ୍ଦ ବେଶ୍ରl, ବବୃ ବିହାରୀ ଏବ୍ଂସହରର ଜନସାଧାରଣ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

masiha

Educationalist Professor Dr. Kalimulla is honored.

Sunil Chandra Nayak

ରୋଟାରୀ କ୍ଲବ୍ ରାଇରଙ୍ଗପୁର ରୟାଲ୍ ତରଫରୁ ମେଗା ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!