ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ନିଯୁକ୍ତି ଦାବିକରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

ଶିକ୍ଷକ ନିଯୁକ୍ତି ଦାବିକରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ 

ଖଇରା,୧୮/୭/୨୪- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧିନ ଭାଟପଡ଼ା ଗାଁରେ ଥିବା ପୂର୍ଣ୍ଣ ରତ୍ନାକର(ପି.ଆର.), ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା । ଜଣେ ଶିକ୍ଷକ ଅବସର ନେଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇ ଯାଇଛି । ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇ ପଡିଛି । ପିଲାମାନେ ଷଷ୍ଠ ଶ୍ରେଣୀରେ ନାମ ଲେଖି ପାରୁନାହାନ୍ତି। ଯେଉଁଥି ପାଇଁ ପିଲାମାନଙ୍କ ଭବିଷ୍ୟତ ନେଇ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଧାରଣାରେ ବସିଛନ୍ତି ।

      ବର୍ତ୍ତମାନ ଏହି ସ୍କୁଲରେ କେହି ଶିକ୍ଷକ ନଥିବା ଯୋଗୁଁ ପଞ୍ଚମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ଷଷ୍ଠ ଶ୍ରେଣୀରେ ନାମ ଲେଖେଇ ପାରୁ ନାହାଁନ୍ତି, ଫଳରେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟ ବିଦ୍ୟାଳୟ ବହୁ ଦୂରରେ ଥିବାରୁ ଛାତ୍ରଛାତ୍ରୀ ମାନେ ଯିବାକୁ ଇଛା ପ୍ରକାଶ କରୁନାହାନ୍ତି । ଏ ନେଇ ଉପରିସ୍ଥି ଅଧିକାରୀ ମାନଙ୍କ ଠାରେ ଗ୍ରାମବାସୀ ମାନେ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇ ନାହାନ୍ତି । ଶିକ୍ଷକ ନିଯୁକ୍ତି ନହେବା ଯାଏ ଏହି ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ପ୍ରକାଶ । ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଶିକ୍ଷକ ନିଯୁକ୍ତି ପ୍ରତି ଧ୍ଯାନ ଦିଅନ୍ତୁ ବୋଲି ସଂମ୍ପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖାତିଗୁଡାରେ ସାଇବର ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

masiha

ପର୍ଯ୍ୟଟନ ସ୍ଥଳୀ କାର୍ଯ୍ୟ ତଦାରଖ ସହ ସ୍ୱଚ୍ଛତାକୁ ନେଇ ସମୀକ୍ଷା କଲେ ଡିଏଫଓ ଓ ଉନ୍ନୟନ କମିଟି

Sunil Chandra Nayak

ସାତଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ: ହିନ୍ଦୋଳଗସ୍ତରେ ଆସି ପ୍ରତିଶ୍ରୁତିଦେଲେ 5T ସଚିବ

Sunil Chandra Nayak

Leave a Comment

error: Content is protected !!