ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରାରେ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ଓ ସ୍ବାସ୍ଥ୍ୟ ସେବା ଶିବିର

ରଥଯାତ୍ରାରେ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ଓ ସ୍ବାସ୍ଥ୍ୟ ସେବା ଶିବିର 

ତା.୧୭..୦୭.୨୪ ରିଖ(ବୁଧବାର), ପୁରୀ  //    ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ପୁରୀରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦଙ୍କ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ସ୍ଥାନୀୟ ଉତ୍କଳ ହିନ୍ଦୀ ବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ସହିତ ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ଶିବିରଟି କିମ୍ସ ଭୁବନେଶ୍ୱରର ଅଭିଜ୍ଞ ଡାକ୍ତର ଓ ନର୍ସ ମାନଙ୍କୁ ନେଇ ପରିଚାଳିତ ହୋଇଥିଲା l ଜନ ଗହଳିପୂର୍ଣ୍ଣ ବଡ଼ଦାଣ୍ଡରେ ଆହତ ଭକ୍ତ ମାନଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇଥିଲା l ରୋଗୀ ମାନଙ୍କର ପ୍ରାଥମିକ ଚିକିତ୍ସା ନିମନ୍ତେ ମାଗଣା ଔଷଧ ବଣ୍ଟନ କରା ଯାଇଥିଲା । ଆମ୍ବୁଲାନ୍ସ ସେବା ଯୋଗେ ବଡ଼ଦାଣ୍ଡରୁ ଗୁରୁତର ଭାବେ ଅସୁସ୍ଥ ଭକ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜରୁରୀକାଳୀନ ସ୍ଥାନାନ୍ତର କରାଯାଇଥିଲା । ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଉଭୟ ଉତ୍କଳ ହିନ୍ଦୀ ବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳଠାରେ ଭକ୍ତ ମାନଙ୍କୁ ବିସ୍କୁଟ, ପାଣି ବୋତଲ, ପ୍ୟାକେଟ ଜୁସ ଓ ଗ୍ଲୁକୋ ବଣ୍ଟନ କରାଯାଇଥିଲା ।ଉଭୟ କାର୍ଯ୍ୟକ୍ରମ ଦ୍ବୟକୁ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ତ୍ରିପାଠୀ ଓ ରାଜ୍ୟ ସଂଯୋଜକ ପଦ୍ମ ଲୋଚନ ମହାପାତ୍ର ପରିଚାଳନା କରିଥିଲେ । କିମ୍ସର ଉପନିର୍ଦ୍ଦେଶକ ବିବେକାନନ୍ଦ ମିଶ୍ର ଓ ଦେବାଶିଷ ମହାନ୍ତି ସ୍ବାସ୍ଥ୍ୟ ସେବା ଶିବିରର ସୁପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ଶୁଖିଲା ଖାଦ୍ୟ ବଣ୍ଟନରେ ସ୍ବେଚ୍ଛାସେବୀ ଗୌତମ ସାହୁ , ଅବିନାଶ ନାୟକ , ବିଦ୍ୟୁତପ୍ରଭା ଲେଙ୍କା , ଡମ୍ବୁରୁ ରାଉତ , ରାଧାକ୍ରୀଷ୍ଣା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ। ଭକ୍ତ ମାନଙ୍କ ସେବା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟକ୍ରମ ରଥଯାତ୍ରା ର ପ୍ରଥମ ଦୁଇ ଦିନ , ବାହୁଡା଼ ଯାତ୍ରା ଓ ସୁନାବେଶ ସମେତ ଚାରିଦିନ ଧରି ନିରବଚ୍ଛିନ୍ନ ଭାବେ ଜାରି ରହିଥିଲା ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

masiha

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

ସାନ ଚେରଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

Sunil Chandra Nayak

Leave a Comment

error: Content is protected !!