ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୋଷଯାତ୍ରା ଲୋକ ମହୋତ୍ସବ ଉଦ୍ ଯାପିତ

ଘୋଷଯାତ୍ରା ଲୋକ ମହୋତ୍ସବ ଉଦ୍ ଯାପିତ

ପୁରୀ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ପବିତ୍ର ବାହୁଡା଼ଯାତ୍ରା ଅବସରରେ ବଡ଼ ଦାଣ୍ଡ, ପୁରୀ ଠାରେ ୪୯ ତମ କାର୍ଯ୍ୟକ୍ରମ ” ଘୋଷଯାତ୍ରା ଲୋକ ମହୋତ୍ସବ ୨୦୨୪ ” ଉଦ୍ ଯାପିତ ହୋଇଯାଇଛି । ଆଧ୍ୟାତ୍ମିକ ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିକୁ ବିଶ୍ଵରେ ପ୍ରଚାର କରିବା ପାଇଁ ଅନୁଷ୍ଠାନ ଶେଷ ପର୍ଯ୍ୟନ୍ତ ପ୍ରୟାସ ରଖିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମତବ୍ୟକ୍ତ କରିଛନ୍ତି । ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ଜଗନ୍ନାଥ ସଂସ୍କୃତି ଆଧ୍ୟାତ୍ମିକ ସାହିତ୍ୟର ନାଭି କେନ୍ଦ୍ର ଏବଂ ସରଳତା ଏବଂ ସମାନତା ଜଗନ୍ନାଥ ସଂସ୍କୃତିର ଦର୍ଶନ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୈବଲ୍ୟ ଦରବାର ଅତିଥିବୃନ୍ଦ ଭାବେ କବି ଦେବଦତ୍ତ ପ୍ରଧାନ, ପୁରୀ,କବି ନଟବର ପାଢ଼ୀ, ବାଲେଶ୍ଵର,କବୟିତ୍ରୀ ବିଜୟ ଲକ୍ଷ୍ମୀ ରଥ, ଭୁବନେଶ୍ୱର,ଅଧ୍ୟାପିକା ସରସ୍ଵତୀ ପାତ୍ର, ମୟୂରଭଞ୍ଜ ବୁଲୁ ବେହେରା, ଗଞ୍ଜାମ, ସନ୍ନିଭା ମିଶ୍ର ଦାଶ, କେନ୍ଦ୍ରାପଡ଼ା ଯୋଗଦେଇ ବଡ଼ଦାଣ୍ଡ ଭ୍ରମଣ କରି ପୂର୍ବରୁ ନିର୍ଦ୍ଧାରିତ ସମାଜସେବୀ ଏବଂ ସାହିତ୍ୟିକ ମାନଙ୍କୁ ନନ୍ଦିଘୋଷ ସେବା ସମ୍ମାନ ଏବଂ ନନ୍ଦିଘୋଷ ସାରସ୍ବତ ସମ୍ମାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭକ୍ତ ମାନଙ୍କୁ ସେବା ପ୍ରଦାନ କରିଥିବା ହଜାରରୁ ଊର୍ଦ୍ଧ୍ବ ସମାଜସେବୀ ଏବଂ ବିଭିନ୍ନ ସେବା ଅନୁଷ୍ଠାନକୁ ନନ୍ଦିଘୋଷ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଅନନ୍ୟ କଳା ପ୍ରତିଭା ଶ୍ରୀ ହିମାଂଶୁ ଶେଖର ଖଟୁଆ ଙ୍କୁ ନନ୍ଦିଘୋଷ ସମ୍ମାନ ୨୦୨୪ ଶରଧାବାଲି , ନନ୍ଦିଘୋଷ ରଥ ସାମ୍ନାରେ ପ୍ରଦାନ କରାଯାଇଥିଲା । ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁଙ୍କୁ ନନ୍ଦିଘୋଷ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ମାନେ ଜଗନ୍ନାଥ ଜଣାଣ ବଡ଼ ଦାଣ୍ଡରେ ଗାନ କରିଥିଲେ । ଘଣ୍ଟ, ମୃଦଙ୍ଗ ,ଢୋଲ ବଜାଇ ପାରମ୍ପରିକ ଶୈଳୀରେ ଜଗନ୍ନାଥଙ୍କ ସେବକ ମାନେ କୈବଲ୍ୟ ସାହିତ୍ୟ ସଂସଦ ପରିବାର ସହିତ ବଡ଼ଦାଣ୍ଡ ପରିଭ୍ରମଣ କରିଥିଲେ । ସଙ୍କୀର୍ତ୍ତନ ମଣ୍ଡଳୀ ଭାବ ବିହ୍ବଳ ହୋଇ ଜଗନ୍ନାଥ ଏବଂ ନନ୍ଦିଘୋଷଙ୍କ ଜୟଗାନ କରିଥିଲେ । ହନୁମାନ ଏବଂ ଭଗବାନ ବଳଦେବଙ୍କ ଅବତାର ପ୍ରଦର୍ଶନ କରାଯାଇଥିଲା । ଜିନ୍ଦଲ ଏବଂ ନାଲକୋର ଉଚ୍ଚ କତୃପକ୍ଷଙ୍କୁ ବଡ଼ଦାଣ୍ଡରେ ଭକ୍ତ ମାନଙ୍କୁ ଦଶଦିନ ମାଗଣା ଖାଦ୍ୟ ପ୍ରଦାନ କରିଥିବାରୁ ନନ୍ଦିଘୋଷ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ପୋଲିସ ବିଭାଗର ଅଧିକାରୀ, ଦମକଳ ଏବଂ ଅଗ୍ନିଶ୍ରମ ଅଧିକାରୀ, ହୋମଗାର୍ଡ, ଡାକ୍ତର ଏବଂ ପାରାମେଡିକାଲ ଅଧିକାରୀଙ୍କୁ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତାମାନେ ବଡ଼ ଦାଣ୍ଡ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ । ଶେଷରେ ମିଳିତ ଭାବେ “ଜୟ ଜଗନ୍ନାଥ” ଧ୍ବନି ମଧ୍ୟରେ କାର୍ଯ୍ୟକ୍ରମକୁ ବିରାମ ଦେଇଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଲକ୍ଷ୍ମୀପୁର ଠାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପୁସ୍ତକ ଉନ୍ମୋଚନ 

masiha

ମାଣ୍ଡେଲ ସରପଞ୍ଚଙ୍କ ଶ୍ରଦ୍ଧାଞ୍ଜଳି ସଭା 

masiha

Dev Kumar Ghosh appointed Odisha State Working President of Journalist Council of India.

masiha

Leave a Comment

error: Content is protected !!