ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାର ବୟୋଜ୍ୟେଷ୍ଠା ମହିଳା ମୃତ୍ୟୁ

ନର୍ଲାର ବୟୋଜ୍ୟେଷ୍ଠା ମହିଳା ମୃତ୍ୟୁ

ନର୍ଲା/ ମସିହା  // ଗତ କିଛି ଦିନ ମଧ୍ୟରେ ନର୍ଲାରେ ସାତ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା, ଦୁର୍ଘଟଣା ହେଉ କିମ୍ବା ସଂଯୋଗ ହେଉ ଏକା ଥରକେ ଅନେକଙ୍କ ମୃତ୍ୟୁ ଏହି ଅଞ୍ଚଳରେ ଅନେକ ଥର ଦେଖାଯାଇଛି। ସପ୍ତାହକ ମଧ୍ୟରେ ଶେଷରେ ନର୍ଲାର ବୟୋଜ୍ୟେଷ୍ଠା ମହିଳା କାଞ୍ଚନ ବାଳା ଚାନ୍ଦ (୯୦) ଙ୍କ ମୃତ୍ୟୁ ଶୁକ୍ରବାର ଗ୍ରାମବାସୀଙ୍କୁ ଶୋକାଭିଭୁତ କରିଛି। କଳାହାଣ୍ଡିର ଅବସରପ୍ରାପ୍ତ ଖାଦ୍ୟ ନିରୀକ୍ଷକ ଅଜିତ କୁମାର ଚାନ୍ଦ ତଥା ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ସୁନିଲ୍ କୁମାର୍ ଚାନ୍ଦ ଙ୍କ ମାତା କାଞ୍ଚନ ବାଳାଙ୍କ (୯୦) ବର୍ଷ ବୟସରେ ଶୁକ୍ରବାର ମଧ୍ୟରାତ୍ରରେ ଦେହାନ୍ତ ହୋଇଯାଇଛି। ନର୍ଲା ବ୍ରାହ୍ମଣୀ କଟା ମଶାଣିରେ ତାଙ୍କର ଅନ୍ତେଷ୍ଠି କ୍ରିୟା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ମହିଳା ଓ ପୁରୁଷ ଅନ୍ତେଷ୍ଠିରେ ସାମିଲ ହେଵା ସହ ଅମର ଆତ୍ମାର ସତଗତି କାମନା କରିଥିଲେ। ମେଳାପି ଓ ଶ୍ରଦ୍ଧାଳୁ ମହିଳାଙ୍କ ଦେହାନ୍ତରେ ବିଧାୟିକା ମନୋରମା ମହାନ୍ତିଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ପ୍ରେସ କ୍ଲବର ସଦସ୍ୟ ଓ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିଛନ୍ତି।

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ଲଗାଣ ବର୍ଷାରେ ଘର ଭୂଷୁଡିଲା ବାସହିନ ଅବସ୍ଥାରେ ସୁରେଶ ପାତ୍ରଙ୍କ ପରିବାର, ସ୍ବାମୀ, ସ୍ତ୍ରୀ ତିନି ଜଣ ପୁଅଝିଅ ଅସହାୟ ଅବସ୍ଥାରେ

Sunil Chandra Nayak

ଡାଲଗୁମା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ମାନବ ଅଧିକାର ଦିବସ ପାଳିତ

masiha

Leave a Comment

error: Content is protected !!