ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବସ୍ତରେନ ମାଉଲି ଙ୍କ ଆଷାଢ କେନା ମଣ୍ଡେଇ ଓ ଲାଠିଯାତ୍ରା, କଣ୍ଟା ଦୋଳିରେ ଝୁଲିଲେ କାଲିସି 

ବସ୍ତରେନ ମାଉଲି ଙ୍କ ଆଷାଢ କେନା ମଣ୍ଡେଇ ଓ ଲାଠିଯାତ୍ରା, କଣ୍ଟା ଦୋଳିରେ ଝୁଲିଲେ କାଲିସି 

କୋକସରା,୨୦/୭ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗାଁର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢକେନା ମଣ୍ଡେଇ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ପୁରୁଷାନୁକ୍ରମେ ପ୍ରତିବର୍ଷ ବାହୁଡା ଯାତ୍ରା ପରେ ପଡୁଥିବା ଶୁକ୍ରବାର ଦିନ ମଣ୍ଡେଇ ଯାତ୍ରା ହୋଇଆସୁଛି। ମା ବସ୍ତରେନଙ୍କ ମୂଳପୀଠ ଛତିଶଗଡ଼ ରାଜ୍ୟର ଦନ୍ତେୱାଡା ହୋଇଥିବା ବେଳେ ସେଠାରୁ ମାଙ୍କୁ ଆଣି ସ୍ଥାପନ କରାଯାଇଛି। ପୂର୍ବରୁ ନାଗବଂଶୀ ରାଜା ସମୟରୁ ଏହି ଯାତ୍ରାକୁ ଆଷାଢ଼ କେନା ମଣ୍ଡେଇ ଯାତ୍ରା କୁହାଯାଏ । ଆଷାଢ଼ ମାସ ପ୍ରାରମ୍ଭରେ ଚାଷ ପାଇଁ ଚାଷୀ ବିହୁଡା ଓ ରୁଆ ପ୍ରସ୍ତୁତି ଆରମ୍ଭ କରନ୍ତି । ପରମ୍ପରା ଅଛି ଯେ ଏହି ମଣ୍ଡେଇ ଯାତ୍ରା ସରିବା ପରେ ଏ ଅଞ୍ଚଳର ଚାଷୀ ଜମିରେ ଘାସବଛା, ବିହୁଡା ଓ ରୁଆ କାର୍ଯ୍ୟ ଆରମ୍ଭ କରନ୍ତି। ସକାଳୁ ଗ୍ରାମର ଗୌନ୍ତିଆ ଚୁମନ ପାତ୍ର ଓ ପୂଜକ ଚିତ୍ରସେନ ମାଝୀଙ୍କ ଘରୁ ପୁଜା ସାମଗ୍ରୀ, ଦେବୀଙ୍କ ଲାଠି, କାଳିସୀ ବାଜା ବଜାଇ ଏକ ଶୋଭାଯାତ୍ରାରେ ଦେବୀ ପିଠକୁ ପହଞ୍ଚିବା ପରେ ଆମପାଣି ଗ୍ରାମରୁ ବୁଢାରଜା, ଡେଙ୍ଗାଗୁଡା ଗ୍ରାମରୁ ହିଙ୍ଗୁଲା, ମାଝିଗୁଡା ଗ୍ରାମରୁ ବରସାଲ ମାଝି ସହ ଠାକୁରାଣି, ଲଙ୍କେଶ୍ୱରୀ ଓ ଦ୍ୱାରସିନୀ ଦେବୀଙ୍କ ଲାଠି ଓ କାଳିସୀ ଦେବୀ ପୀଠକୁ ପହଞ୍ଚିଥିଲା । ପୀଠରେ ପ୍ରଥମେ ପୁଜାର୍ଚ୍ଚନା କରିବା ପରେ ଦେବୀ ମାନଙ୍କର ମଣ୍ଡେଇ ହାଟ ପରିକ୍ରମା ଆରମ୍ଭ ହୋଇଥିଲା । ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀ ଏକତ୍ର ହୋଇ ମଣ୍ଡେଇ ହାଟକୁ ୩ଥର ପରିକ୍ରମା କରି ପୁଣିଥରେ ଦେବୀ ପୀଠକୁ ଫେରି ଆସିଥିଲେ । ଦେବୀ ମାନଙ୍କ ପରିକ୍ରମା ସମୟରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ମାନେ ବାଟ ଓଗାଳି ନିଜ ନିଜର ମାନସିକ ଜଣାଇଥିଲେ । ସେହି ସମୟରେ କାଳିସୀ ମାନେ ହାତରେ ଧରିଥିବା ବିନ୍ତି (ଦେବୀଙ୍କ ଚାଉଳ) ଭକ୍ଷଣ କରିବା ପାଇଁ କହି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା । ପରେ କଣ୍ଟା ଦୋଳିରେ ଝୁଲିବା କାଲିସିଙ୍କ ସହ ଗ୍ରାମର ଗୌନ୍ତିଆ, ପୁଜକ, ଗ୍ରାମରକ୍ଷୀ, ଲାଠି ବୋହିଥିବା ବ୍ୟକ୍ତି ସହ ଏପରି ୧୦/୧୫ ଜଣରୁ ଉର୍ଦ୍ଧ ବ୍ୟକ୍ତି କଣ୍ଟା ଦୋଳିରେ ଝୁଲି ଭକ୍ତ ଓ ଦର୍ଶକ ମାନଙ୍କୁ ବିଭୋର କରିଥିଲେ । ମାନସିକ କରିଥିବା ଭକ୍ତ ନିଜ ନିଜର ମାନସିକ ପୁରଣ ସଦୃଶ୍ୟ କୁକୁଡା, ପାରା, ବୋଦା ବଳି ଦେଇଥିବା ବେଳେ ଅଧିକାଂଶ ଭକ୍ତ ନଡିଆ ଚଢାଇ ପୂଜାର୍ଚ୍ଚନା କରି ଆଶିର୍ବାଦ ନେଇଥିଲେ । ମଣ୍ଡେଇ ଯାତ୍ରାର ସବୁ ପ୍ରକାର ପୂଜା କାର୍ଯ୍ୟ ପୁଜକ ଚିତ୍ରସେନ ମାଝିଙ୍କ ନେତୃତ୍ୱରେ ହୋଇଥିବା ବେଳେ ଟେମରା ଗ୍ରାମର ସରପଞ୍ଚ କ୍ଷିତିରାମ ପାତ୍ର, କମିଟି ସଭାପତି ପଦ୍ମଲୋଚନ ଦଳପତି, ସମ୍ପାଦକ ମହାଦେବ ବେଶ୍ରା, ସୁଧିର କୁମାର ପାତ୍ର, ସୁଦାମ ପୁଝାରୀ, ଚକାଡୋଳା ପାତ୍ର, ଅଭିରାମ ଲଦୁଆ, ହେମନ୍ତ ବାଣୁଆ , ଅଶୋକ କୁମାର ଦାସ, ରାଜେନ୍ଦ୍ର ନାଏକ, ମିନକେତନ ସାହୁ, ଦୁଷ୍ମନ୍ତ କୁମାର ପାତ୍ର, ଟୋପେଶ୍ୱର ମାଝୀ, ଗୋପିନାଥ ସୁନାନୀ, ବୃନ୍ଦାବନ ସତନାମୀ, କମଣ୍ଡଳ ପଟେଲ, ବିପିନ ଦଳପତି ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ମଣ୍ଡେଇ ଯାତ୍ରାରେ ବିଭିନ୍ନ ଗ୍ରାମ ଓ ଅଂଚଳରୁ ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ଅବସରରେ କୋକସରା ଥାନା ତରଫରୁ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ଗୋତୋମୁଣ୍ଡା ଠାରେ ମା ସର୍ଵ ମଙ୍ଗଳାଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ,ସୁଶୋଭିତ,ବର୍ଣ୍ଣାଢ଼୍ୟ,ପବିତ୍ର ଗଣେଶ ପୂଜା -୨୦୨୫ ମହାସମାରୋହରେ ପାଳିତ 

Sunil Chandra Nayak

କାହିଁକି ମଳମାସକୁ କହାଯାଏ ‘ପୁରୁଷୋତ୍ତମ ମାସ’ ? 

Sunil Chandra Nayak

Leave a Comment

error: Content is protected !!