ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ,ଟିଟିଲାଗଡ ଓ ବିଜୟନଗରମ ତୃତୀୟ ରେଳ ଲାଇନ, ବିଜୁ ଏକ୍ସପ୍ରେସ ୱେ ଓ ରେତ ଜଳସେଚନ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣ

ଜାତୀୟ ରାଜପଥ 26ରେ ଭବାନୀପାଟଣା ସହର ନିମନ୍ତେ ଲିଙ୍କ ରୋଡ ପାଇଁ ତ୍ୱରିତ ଜମି ଅଧିଗ୍ରହଣ ନିମନ୍ତେ ନିର୍ଦ୍ଦେଶ 

ଏକ ସପ୍ତାହ ମଧ୍ୟରେ ସମସ୍ତ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜମି ହସ୍ତାନ୍ତରଣ ନିମନ୍ତେ ନିର୍ଦ୍ଦେଶ

ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବାକୁ ଓ ନୂତନ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ    

କଳାହାଣ୍ଡି ଜିଲ୍ଲାର ସମସ୍ତ 5ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ 30 ସୁଦ୍ଧା ଜମି ପଟ୍ଟା ବଣ୍ଟନ 

ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ଆସନ୍ତା ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ ହେବ 

ନିବନ୍ଧନ କାର୍ଯ୍ୟାଳୟରେ ଅଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ 

ଭବାନୀପାଟଣା ତl୧୨.୪.୨୦୨୨ରିଖ :ଗତକାଲି ତ। ୧୧.୪.୨୦୨୨ ରିଖ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ | କୁହାଯାଉଛି ଏହିପରି ବିଭାଗର ମୁଖ୍ୟଙ୍କ ଦ୍ୱାରା ଜିଲ୍ଲା ଗସ୍ତ କରି ରାଜସ୍ବ ବୈଠକରେ କରିବା ରାଜ୍ୟରେ ପ୍ରଥମ | ଏହା ଦ୍ୱାର ରାଜସ୍ବ ବିଭାଗ ଅଧିକ କ୍ରିୟାଶୀଳ ଓ ଗତିଶୀଳ ହୋଇପାରିବ | ଏହି ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ ଜି ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ,ଏନ ଆଇ ସି ର ବରିଷ୍ଠ ଅଧିକାରୀ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିଲା ବେଳେ,କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ଉପ-ଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ|

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାଯ୍ୟଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନ ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଲେ | ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବାପାଇଁ ନିର୍ଦ୍ଦେଶ ଦିଆଗଲା | ଜନ ସାଧାରଣଙ୍କୁ ଆଇନ ଅନୁଯାୟୀ ଦାଖଲ ଖାରଜ ଓ ଘରବାଡ଼ି ପଟ୍ଟା ସେବା ତ୍ୱରିତ ଯୋଗାଇଦେବାପାଇଁ ନିର୍ଦ୍ଦେଶ ଦିଆଗଲା | ଅତିରିକ୍ତ ମୁଖ୍ୟ ଶାସନ ସଚିବ କଳାହାଣ୍ଡି ତହସିଲଦାରଙ୍କୁ ଆସନ୍ତା 1 ମାସ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ କରି ଜନସାଧାରଣଙ୍କୁ ଠିକ ସମୟରେ ପଟ୍ଟା ଦେବାକୁ ନିର୍ଦ୍ଦେଶ ଦେଲେ |

କଳାହାଣ୍ଡି ଜିଲ୍ଲାରେ 225 ଲଘୁ ଖଣିଜ ଉତ୍ସରୁ ମାତ୍ର 103 ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ | ସମସ୍ତ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କିମ୍ବା ଲଘୁ ଖଣିଜ ଉତ୍ସରୁ ସମସ୍ତ ଲଘୁ ଖଣିଜ ସମ୍ପଦ ସମାପ୍ତ ହୋଇଥିଲେ ତାକୁ ଆଇନ ଅନୁଯାୟୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଅତିରିକ୍ତ ମୁଖ୍ୟ ଶାସନ ସଚିବ କଳାହାଣ୍ଡି, ଜୁନାଗଡ ଓ ନର୍ଲା ତହସିଲଦାରଙ୍କୁ ସେମାନଙ୍କ ତହସିଲର ଅଧିକ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ | ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏବଂ ବେଆଇନ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡା ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା | ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସଂପଦରୁ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଗଲା | ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତହସିଲଦାରମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଗଲା | ତହସିଲଦାରମାନଙ୍କୁ ପୋଲିସ ସହ ଭଲ ସମନ୍ୱୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା |

ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ | ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଟିଟିଲାଗଡ ବିଜିଆନଗରମ ଓ ବିଜୁ ଏକ୍ସପ୍ରେସ ୱେ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ସେହିପରି ଜାତୀୟ ରାଜପଥ 26ରେ ଭବାନୀପାଟଣା ପାଇଁ ଲିଙ୍କ ରୋଡ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା | ସମସ୍ତ ସରକାରୀ ପ୍ରକଳ୍ପରେ ଜମି ଅଧିଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜାତୀୟ ରାଜପଥ ପ୍ରାଧିକରଣ ଓ ରେଳପଥ କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା |

ସମସ୍ତ 5ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ 30 ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଏତଦ ବ୍ୟତୀତ ସମସ୍ତ ସରକାରୀ ଶିକ୍ଷ୍ୟନୁଷ୍ଠାନ ମାନଙ୍କୁ ଏପ୍ରିଲ 30 ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ତତ୍ୱାବଧାନରେ ଜମି ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ମ ନି ସ 

Related posts

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

Sunil Chandra Nayak

ଖେଳ ପ୍ରେମୀଙ୍କ ମନରେ ବିଷାଦ: କେବେ ସଂପୂର୍ଣ୍ଣ ହେବ ନର୍ଲା ମିନି ଷ୍ଟାଡିୟମ ?

Sunil Chandra Nayak

ଆନନ୍ଦପୁର (ଇଚାଘୁଟୁ) ଗ୍ରାମରେ ପେସା ଗ୍ରାମସଭା ପ୍ରତିଷ୍ଠିତ

Sunil Chandra Nayak

Leave a Comment

error: Content is protected !!