ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ ରଖି ଥାନା ସମ୍ମୁଖରେ ଧାରଣା 

ଶବ ରଖି ଥାନା ସମ୍ମୁଖରେ ଧାରଣା 

ଖଡ଼ିଆଳ,୨୧.୦୭ (ସୁଜିତ କୁମାର ପ୍ରଧାନ ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡେ଼ନ ଛକ ଠାରେ ଗତ ଜୁଲାଇ ୧୮ ତାରିଖରେ ମୋଟର ସାଇକେଲ ଦୁର୍ଘଟଣାରେ ମୁକ୍ତାପୁର ଗ୍ରାମର ବଲ୍ଲଭ ହଂସ (୬୦) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିବା ବେଳେ ଅଧିକ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ଶନିବାର ରାତ୍ର ୮ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ରବିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଖଡ଼ିଆଳକୁ ଶବ ପହଞ୍ଚିବା ପରେ ମୃତ ପରିବାରକୁ ସହାୟତା ଯୋଗାଇ ଦେବାକୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଖଡ଼ିଆଳ ଥାନା ସଂମ୍ମୁଖରେ ଦୁଇ ଘଣ୍ଟାରୁ ଅଧିକ ସମୟ ଶବ ରଖି ସହାୟତା ଦାବି କରିଥିଲେ । ଖଡ଼ିଆଳ ତହସିଲଦାର ନରସିଂ ଗଡ଼ବା, ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ଖଡ଼ିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ରେଡ଼ କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ଯୋଗାଇ ଦେବା ସହିତ ଦୁର୍ଘଟଣାରେ ମୃତକ ପାରିବାରକୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

 ସୁଜିତ କୁମାର ପ୍ରଧାନ , ଖଡ଼ିଆଳ

Related posts

ଝରିଗାଁ ବ୍ଲକ ସଦର ମହକୁମାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

masiha

ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଙ୍କ କୋରାପୁଟ ଗସ୍ତ

Sunil Chandra Nayak

ଶ୍ରୀ ଚୈତନ୍ୟ ଦେବ ମନ୍ଦିର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!