ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ପଦ୍ମପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ପଦ୍ମପୁର/ ଗୁଣପୁର/ ରାୟଗଡ : ତା ୨୧/୦୭/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକ ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ,ଶ୍ରୀ ହରିଶl ବି.ସି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପ ଜିଲ୍ଲାପାଳ, ଗୁଣପୁର କୀରନଦୀପ କୌର ସହୋତା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l

         ଆଜି ମୋଟ ୪୮ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୩୯ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୦୫ ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ୦୪ ଜଣକୁ ୫୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ପ୍ରଦାନ କରିଥିଲେ l ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ, ରାୟଗଡ, ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାୟଗଡ, ବସନ୍ତ କୁମାର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ, ଭରତ ଭୂଷଣ ବିଶ୍ୱାଳ, ରାୟଗଡ ପିଡି ୱାଟରସେଡ ଡ଼ଃ ଦୟାନିଧି ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ , ବିଡ଼ିଓ, ପଦ୍ମପୁର ଶିବ ପ୍ରସାଦ ପଟ୍ଟନାୟକ, ତହସିଲଦାର ପଦ୍ମପୁର ଦିପ୍ତିମୟୀ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ରବି ପ୍ରସାଦ ଶର୍ମା, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଲଳିତ ମଣ୍ଡଳ,ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ପ୍ରୋଗ୍ରାମ ଅଧିକାରୀ ବି କୋମଲାଙ୍ଗୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ,ଓରମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ର,ଓଡିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଗ, ପଦ୍ମପୁର ଥାନା ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପରେ ଖିଲାପଦର ଗ୍ରାମରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ । ଖିଲାପଦର ପଞ୍ଚାୟତ କଲ୍ୟାଣ ମଣ୍ଡପ ବିଭିନ୍ନ ବିଭାଗ ତଥା ସ୍ୱଚ୍ଛ ଭାରତ, ମିଶନ ଶକ୍ତି, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ଓ ମତ୍ସ ସମ୍ପଦ ବିଭାଗ, ଶିକ୍ଷା ବିଭାଗ ଦ୍ୱାରା ପ୍ରଦର୍ଶନୀ ଷ୍ଟଲ ଖୋଲି ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପାଦନ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିଲେ । ସେହି ସ୍ଥାନରେ ହିତାଧିକାରୀଙ୍କୁ ପଟ୍ଟା, ଭତ୍ତା, ମୂର୍ତ୍ତିକା କାର୍ଡ, ମିଶନ ଶକ୍ତି ମା ମାନଙ୍କୁ ପାୱାର ହୁଡ଼ର ଆଦି ଜିଲ୍ଲାପାଳ ବଣ୍ଟନ କରିଥିଲେ । ସେହିପରି ପଦ୍ମପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁଖିଲା ଖାଦ୍ୟ ମହଜୁଦ ରଖିବା, ରାସ୍ତା ଆଦି ସ୍ଥାନରେ ବର୍ଷା ଯୋଗୁଁ ଯାତାୟାତ ଯେମିତି ପ୍ରଭାବିତ ହେବ ନାହିଁ ସେଠି ପ୍ରତି ସଜାଗ ରହିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ

masiha

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ ପୌରକେଲା ସବମାଇନର କେନାଲ କାମରେ ରହୁନି ସ୍ୱଚ୍ଛତା  

Sunil Chandra Nayak

ସିଡବ୍ଲୁଏସ ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ବୈଠକ

Sunil Chandra Nayak

Leave a Comment

error: Content is protected !!