ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ବାରବଖରା ଗାଁ ରେ ଡାଇରିଆ ଆତଙ୍କ,ଜଣେ ଆକ୍ରାନ୍ତ ଙ୍କ ମୃତ୍ୟୁ ଅଭିଯୋଗ,ମେଡ଼ିକାଲ ଟିମ ର ଚିକିତ୍ସା ଜାରି

କୋକସରା ବ୍ଲକ ବାରବଖରା ଗାଁ ରେ ଡାଇରିଆ ଆତଙ୍କ,ଜଣେ ଆକ୍ରାନ୍ତ ଙ୍କ ମୃତ୍ୟୁ ଅଭିଯୋଗ,ମେଡ଼ିକାଲ ଟିମ ର ଚିକିତ୍ସା ଜାରି

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗ୍ରାମ ରେ ଗତ କିଛିଦିନ ହେବ ଡାଇରିଆ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମ ର ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ସେମାନଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ ଖବର ମିଳିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଏକ ମେଡ଼ିକାଲ ଟିମ ଏପିଡେମୋଲୋଜିଷ୍ଟ ବିଶେଷଜ୍ଞ ଡ଼.ନିହାର ଠାକୁର ଙ୍କ ନେତୃତ୍ୱରେ କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ତ୍ଵଦର୍ଶୀ ଦାସ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ,ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ କର୍ମଚାରୀ ନୀଳମଣି ଖମାରି,କୃଷ୍ନା ସିଂ ରାଜପୁତ,ସି ଏଚ ଓ ଅନିତା ରାଉତ, ସ୍ୱାସ୍ଥ୍ୟ କର୍ମି ସୁକାନ୍ତି ଦେବୀ, ଆଶା କର୍ମି ମୁକ୍ତାରାଣୀ ସୁନାନୀ, ଆଙ୍ଗନୱାଡି କର୍ମି ଶକୁନ୍ତଳା ନାଏକ, ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା ବାରବଖରା ଗ୍ରାମ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀ ଙ୍କ ଚିକିତ୍ସା କରୁଥିବା ଜଣାପଡିଛି। ତେବେ ପ୍ରାଥମିକ ସୂଚନା ରୁ ଗ୍ରାମ ନିକଟସ୍ଥ ମୁଡ୍ରା ନଦୀ ର ଦୂଷିତ ପାଣି ପିଇବା କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ଚିକିତ୍ସାକାରୀ ଟିମ ସୂତ୍ରରୁ ସୂଚନା ମିଳିଛି। ବାରବଖରା ଗ୍ରାମ ର ଆକ୍ରାନ୍ତ ରୋଗୀ କନ୍ଦା ଧରୁଆ (୭୫) ଙ୍କ ଗତକାଲି କୋକସରା ଡାକ୍ତରଖାନା କୁ ଆଣିବା ସମୟରେ ଡାକ୍ତରଖାନା ପହଞ୍ଚିବା ବେଳକୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନ୍ୟ ଆକ୍ରାନ୍ତ ରୋଗୀ ତିଲୋତ୍ତମା ଧରୁଆ (୭),ମମତା ଧରୁଆ (୧୫),ରାଏମନି ଧରୁଆ(୪୦),କୁମନାଥ ଧରୁଆ(୪୦),ଚିତ୍ରଙ୍ଗ ଧରୁଆ(୪୦) ପର୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇ ଚିକିତ୍ସିତ ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ୩ ଜଣ ଓ କୋକସରା ଡାକ୍ତରଖାନାରେ ଜଣେ ରୋଗୀ ଚିକିତ୍ସାଧୀନ ହେଉଥିବା ଜଣାପଡିଛି।ଘଟଣା ପରେ ରବିବାର ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ଜିଲ୍ଲା ଅତିରିକ୍ତ ଚିଫ ଇଞ୍ଜିନିୟର ଅଜୟ କୁମାର ମିଶ୍ର,ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ,କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆର୍କା, ପହଞ୍ଚି ପାନୀୟ ଜଳ ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଗ୍ରାମ ରେ ଥିବା ସମସ୍ତ ପାନୀୟ ଜଳ ଉତ୍ସ କୁ ଅନୁଧ୍ୟାନ କରିବା ସହ ଗାଁ ରେ ଥିବା ନଳକୂପ କୁ ବିଶୋଧନ କରାଯାଇଛି ଓ ଟ୍ୟାଙ୍କର ରେ ପାନୀୟ ଜଳ ଯୋଗାଣ କରାଯାଉଛି। ଆସନ୍ତା କାଳି ସୁଦ୍ଧା ପାଇପ ଲାଇନ ଯୋଗେ ଗାଁ କୁ ପାନୀୟ ଜଳ ଯୋଗାଣ ହେବ ବୋଳି ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ସୂଚନା ଦେଇଛନ୍ତି।ବାରବଖରା ଗାଁ ରେ ମେଡ଼ିକାଲ ଟିମ ଡେରା ପକାଇ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।ତେବେ ବର୍ତ୍ତମାନ ନୂତନ ଆକ୍ରାନ୍ତ ରୋଗୀ ନାହାଁନ୍ତି ଓ ସ୍ଥିତି ରେ ସୁଧାର ଆସିଛି ବୋଲି ଡ଼ାକ୍ତରୀ ଦଳ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହାପି ମୋମେଣ୍ଟସର ପ୍ରତିଭା ରତ୍ନ ସମ୍ମାନ ସମାରୋହ

Sunil Chandra Nayak

ଓଡିଶା କୃଷକ ସେବାଙ୍କ ୭ ଗୋଟି ଦାବିକୁ ନେଉ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଜଣାଇଲେ

masiha

ତେରେସିଂହା ଶିବ ମନ୍ଦିର ପରିଚାଳନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!