ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଦ୍ୱାରା ଦଶମ ବୋର୍ଡ ପରୀକ୍ଷା ଆରମ୍ଭ

ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଦ୍ୱାରା ଦଶମ ବୋର୍ଡ ପରୀକ୍ଷା ଆରମ୍ଭ

ପ୍ରଥମ ଦିନରେ ୩୦୯ରୁ ପରୀକ୍ଷା ଦେଲେ ୧୪୮ ପରୀକ୍ଷାର୍ଥୀ 

ଲାଞ୍ଜିଗଡ,୨୨/୦୭(ମନିସ)-ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ଏସଏସଡ଼ି ହାଇସ୍କୁଲଠାରେ ଏଥିପାଇଁ ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଛି। ଆଜି ପରୀକ୍ଷାର ପ୍ରଥମ ଦିନରେ ଏହି ପରୀକ୍ଷା କେନ୍ଦ୍ରରେ ୩୦୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା କେନ୍ଦ୍ର ପରିଚାଳିକା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି ଦାୟିତ୍ୱ ତୁଲାଇଥିବାବେଳେ ଲାଞ୍ଜିଗଡ ପୁଲିସ ସୁରକ୍ଷା ଦାୟିତ୍ୱ ତୁଲାଇଥିଲେ। ସେହିପରି ଲାଞ୍ଜିଗଡ ଏସଏସଡି ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା କରିଥିଲେ। ତେବେ ୩୦୯ ଜଣ ପରୀକ୍ଷାର୍ଥୀଙ୍କ ସ୍ଥାନରେ ମାତ୍ର ୧୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ବ୍ୟକ୍ତ କରାଯାଇଛି। 

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ହୋଲି ମହୋତ୍ସବ ପାଳିତ

Sunil Chandra Nayak

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉପକରଣ ପାଇଁ ଆକଳନ ଶିବିର

masiha

Leave a Comment

error: Content is protected !!