ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁପୂଣ୍ଣିମା ଉତ୍ସବ ପାଳିତ

ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁପୂଣ୍ଣିମା ଉତ୍ସବ ପାଳିତ

କାମାକ୍ଷାନଗର-(ମନିସ )21/7/24 // ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀ ଗୁରୁ ପୂଣ୍ଣିମା ଓ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଅଛି,ଆଷାଢ ମାସ ପୂଣ୍ଣିମାରେ ପ୍ରତ୍ୟେକ ବର୍ଷ ପାଳିତ ହୁଏ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା,ଛାତ୍ରଛାତ୍ରୀ ଅଭିଭାବକ ଏଥିରେ ଅଂଶ ଗ୍ରହଣ କରିଥିଲେ, ବିଦ୍ୟାଳୟ ତରଫରୁ ସକାଳ ସମୟ ଆଠଟାରେ ଧ୍ବଜା , ପୂଜନ ଓ ପ୍ରାଥନା କରାଯାଇଥିଲା,ଉକ୍ତ କାଯ୍ୟକ୍ରମ ରେ ମୂଖ୍ୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପଣ୍ଡା ବିଦ୍ୟାଳୟ ସଂପାଦକ ଶ୍ରୀକାନ୍ତ କୁମାର ସ୍ବାଇଁ,ପ୍ରଧାନ ଆଚାର୍ଯ୍ୟ ବିପ୍ରଚରଣ ଦାସ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଏହି ଗୁରୁ ପୂଣ୍ଣିମା ଓ ଗୁରୁ ଦକ୍ଷିଣା ଉତ୍ସବ କେବଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳନ କରାଯାଉଥିବାବେଳେ ଅନ୍ୟ ବିଦ୍ୟାଳୟରେ କାହିଁକି ପାଳନ ହେଉନଥିବା ବୁଝାଇଥିଲେ। ଗୁରୁ ଦକ୍ଷିଣା ସ୍ବରୁପ ପୁଷ୍ପ ପ୍ରଦାନ କଯାଯାଇଥିଲା ,ଗୁରୁ ଓ ଶିଷ୍ୟ ମଧ୍ୟରେ ସମ୍ପର୍କ କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା, ପ୍ରତ୍ୟେକ ମାଆ ବାପା ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଜଣେ ଜଣେ ଗୁରୁ,ତେଣୁ ଏହି କାଯ୍ୟକ୍ରମ ମାଧ୍ୟମରେ ମାଆ ମାନଙ୍କୁ ପୂଜନ ସହ ଅଭିଭାବକ ଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

masiha

ସିନାପାଲି ବ୍ଲକରେ ପେଟ୍ରୋଲ ର କଳାବଜାର ?

Leave a Comment

error: Content is protected !!