ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର କୋର୍ଟ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

ରାଇରଙ୍ଗପୁର କୋର୍ଟ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

ମୟୂରଭଞ୍ଜ- ୨୩/୦୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରେ ଜନୈକ ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ୧୦ ଵର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରାଯାଇଛି । ସୂଚନାଯୋଗ୍ୟ ବିଶୋଇ ଥାନା ଅଂଚଳରେ ଜନୈକ ବିବାହିତା ମହିଳା ଏକୁଟିଆ ରହୁଥିଲେ । ତାଙ୍କର ସ୍ବାମୀ ପରିବାର ପ୍ରତିପୋଷଣ ପାଇଁ ଗୁଜୁରାଟକୁ ଦାଦନ ଭାବରେ କାମ କରିବାକୁ ଯାଇଥିଲେ ।୧୦/୦୧/୨୦୨୩ ରାତିରେ ବିବାହିତା ମହିଳା ପରିସ୍ରା ପାଇଁ ବାହାରକୁ କବାଟ ଖୋଲି ଯାଇଥିବାର ସୁଯୋଗ ଦେଖି କାମୁକ ମୋହନ ମାଝୀ(୩୨) ନିଜର କାମ ବାସନା ପୂରଣ ପାଇଁ ଭୁଜାଲି ଧରି ଅନ୍ଧାରିଆ ରାତିରେ ତାଙ୍କ ଘର ଭିତରକୁ ପଶି ଯାଇଥିଲେ ।ପରିସ୍ରା ସାରି ଘର ଭିତରକୁ ପଶି କବାଟ ଦେଲା ବେଳକୁ କାମାସକ୍ତ ମୋହନ ମାଝୀ ଭୁଜାଲି ଦେଖାଇ ମହିଳାଙ୍କୁ ବଳାତ୍କାର କରିଥିଲା । ପିଡିତା ମହିଳା ଜଣଙ୍କ ଏଭଳି ଦୁଃଖଦ ଘଟଣାକୁ କାହାକୁ କହି ପାରି ନ ଥିଲେ ।ପରେ ସ୍ବାମୀଙ୍କୁ ଜଣାଇଥିଲେ । ସ୍ବାମୀ ତାଙ୍କର ଗୁଜରାଟରୁ ଘରକୁ ଆସି ଆସାମୀଙ୍କ ବିରୋଧରେ ୧୦/୨/୨୩ ରେ ବିଶୋଇ ଥାନାରେ ଲିଖିତ ଅଭିଯୁକ୍ତ କରିଥିଲେ । ଏହାକୁ ନେଇ ବିଶୋଇ ଥାନାରେ ୩୩/୨୩ କେଶ ମାମଲା ରୁଜୁ ହୋଇଥିଲା ।ଏହି ମାମଲାର ଆଜି ରାଇରଙ୍ଗପୁର କୋର୍ଟରେ ଶୁଣାଣି କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଭି ସୁଜାତା ପୋଲିସ ତଦନ୍ତ ପାରିପାର୍ଶ୍ବିକ ଘଟଣା ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ମୋହନ ମାଝୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରୀ ଓକିଲ ଭାବେ ସରକାରଙ୍କ ପକ୍ଷରୁ ପଙ୍କଜ ଦାସ ପରିଚାଳନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଘ ଛାଲ ସହ ପାଞ୍ଚ ଅଭିଯୁକ୍ତ ଗିରଫ 

masiha

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

masiha

ଏଲ୍ଆଇସି ଏଜେଣ୍ଟ କୁ ୬ ହଜାର ଜରିମାନା ସହ ୫ ବର୍ଷ ଜେଲ

masiha

Leave a Comment

error: Content is protected !!