ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଝରୀଗାଁ (ତା ୨୩/୦୭)(ରବି ନାରାୟଣ ମହାନ୍ତି) -ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଏକାମ୍ବା ପଂଚାୟତ ସ୍ଥିତ ଗୋଶାଳା ପରିସରରେ କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ଝରୀଗାଁ ବ୍ଲକରେ କାର୍ଯ୍ୟରତ ସମସ୍ତ ବିହନ କମ୍ପାନୀର ଏମଡିଓ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ନିଜନିଜ ଭିତରେ ଭାଇଚାରା ବଜାୟ ରଖିବା ନେଇ ଆଲୋଚନା କରିବା ସହ ସଂଘଠନକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ |ପରେ ସମସ୍ତେ ଏକାମ୍ବା ସ୍ଥିତ ଗୋଶାଳାରେ ପହଂଚି ତାର ଚତୁର୍ପାଶ୍ୱ ରେ ବିଭିନ୍ନ ବୃକ୍ଷସବୁ ରୋପଣ କରିଥିବା ଦେଖିବାକୁ ମିଳିଛି |ସର୍ବ ପ୍ରଥମେ ସମସ୍ତ ବିହନ କମ୍ପାନୀର କର୍ମଚାରୀମାନେ ଏକତ୍ରିତ ହୋଇ ଝରୀଗାଁ ସ୍ଥିତ ଆରଏମସି ଗୋଦାମ ଗୃହ ଠାରେ ଏକତ୍ରିତ ହୋଇ ବାର୍ଷିକ ଉତ୍ସବ ପାଳନ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ lପରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ମଧ୍ୟ ସଂଘଠନରେ ତାଲିକାଭୁକ୍ତ କରିଥିଲେ |ସଂଗଠନ କେମିତି ଆଗକୁ ବଢିବ, କେମିତି ମଜବୁତ ହେବ ଓ ଅଞ୍ଚଳରେ ରହୁଥିବା ଚାଷୀକୂଳ ଭଲ ଅମଳ ପାଇବେ ଓ ଉପକୃତ ହେବେ ସେନେଇ ପ୍ରାଞ୍ଜଳଭାବେ ଆଲୋଚନା ହୋଇଥିଲା |ପରେ “ପରିବେଶ ସୁରକ୍ଷା ଜୀବନ ରକ୍ଷା “କଥାକୁ ହୃଦୟଙ୍ଗମ କରି ବୃକ୍ଷରୋପଣ ପାଇଁ ସମସ୍ତେ ନିଷ୍ପତ୍ତି ନେଇ ଏକାମ୍ବା ଗୋଶାଳା ପରିସରରେ ପହଂଚି ବୃକ୍ଷରୋପଣ କରିଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଚାଷୀ ପ୍ରଧାନ ଭାରତ ବର୍ଷ ରେ ଏକତ୍ଵ ପରିବାର ବୋଧ 

Sunil Chandra Nayak

ନିଖୋଜ ମହିଳାଙ୍କ ସନ୍ଧାନ ମିଳୁନି 

masiha

ଆଇ ଆର ବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ଯବହାର, ପ୍ରେସକ୍ଳବ ପକ୍ଷ୍ୟରୁ ଏସପିଙ୍କୁ ଦାବି ପତ୍ର

Sunil Chandra Nayak

Leave a Comment

error: Content is protected !!