ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଜାଗାରେ ମରାଯାଇଥିବା ବୋର୍ଡ ହୋଇଗଲା ରାତାରାତି ଉଭାନ: ତହସିଲଦାର ଙ୍କ ନଜର ନାହିଁ            

ସରକାରୀ ଜାଗାରେ ମରାଯାଇଥିବା ବୋର୍ଡ ହୋଇଗଲା ରାତାରାତି ଉଭାନ: ତହସିଲଦାର ଙ୍କ ନଜର ନାହିଁ            

ନବରଙ୍ଗପୁର (୨୩|୭)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କୋଦଭଟ୍ଟା ସାହିର ପୁରୁଣା ଥାନା ସମ୍ମୁଖରେ ଥିବା ଏକ ସରକାରୀ ଜାଗାକୁ ଜଣେ ବ୍ୟାକ୍ତି ସରକାରୀ ଜାଗା ଜବର ଦଖଲ କରି ରଖିଥିବା ବେଳେ ଏହା ପ୍ଲଟିଙ୍ଗ କରି ବିକିଆସୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରି ୨୦୨୩ ମସିହାରେ ରାଇଘର ତହସିଲଦାର ଭାବେ ଦାୟିତ୍ୱରେ ଥିବା ଜଗୁ ପୂଜାରୀ ଙ୍କୁ ଅଭିଯୋଗ କରିଥିଲେ ନବରଙ୍ଗପୁର ପ୍ରଶାସନ ଏବଂ ରାଇଘର ତହସିଲଦାର ୨୦୨୩ ମାର୍ଚ୍ଚ ୨୧ ତାରିଖ ଦିନ ଉକ୍ତ ଜାଗାରେ ସଂରକ୍ଷିତ ସରକାରୀ ଜମି ହିସାବରେ ଦୁଇଗୋଟି ବୋର୍ଡ ମାରି ଦେଇଥିଲେ lବୋର୍ଡ ମଧ୍ୟ ସେମିତି ଲାଗିଥିଲା ଗୋଟିଏ ବୋର୍ଡ ଆଗରୁ ଭାଙ୍ଗି ଫିଙ୍ଗି ଦେଇଥିବା ବେଳେ ସପ୍ତାହ ପୂର୍ବରୁ କେହି ଜାଣିଶୁଣି ସରକାରୀ ବୋର୍ଡ କୁ ଉଠେଇବାକୁ ଚେଷ୍ଟା କରି ବିଫଳ ହୋଇ ଅଧା ଉଠେଇ ସେମିତି ଛାଡି ଦେଇଥିଲେ lଏହି ଘଟଣା କିଛି ଲୋକେ ରାଇଘର ଆର. ଆଇ ଙ୍କୁ ଅଭିଯୋଗ କରିଥିଲେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ଆର. ଆଇ ପହଂଚି ବୋର୍ଡ କୁ ପୁଣି ଭଲରେ ପୋତିଦେଇଥିଲେ କିନ୍ତୁ ରବିବାର ରାତିରେ କେହି ଜାଣିଶୁଣି ମରାଯାଇଥିବା ବୋର୍ଡ କୁ ଉଠେଇଦେଲେ, ଫଳରେ ସାହିବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି, ସରକାରୀ ଜାଗାକୁ ଜବରଦେଖଲ କରିବା ଏକ ଦଣ୍ଡନୀୟ ଅପରାଧ lକିନ୍ତୁ ଏହି ବୋର୍ଡ କୁ ରାତାରାତି ଉଠେଇ ଉଭାନ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି lଏବେ ଦେଖିବାକୁ ବାକି ରହିଲା ରାଇଘର ତହସିଲଦାର ଉକ୍ତ ଘଟଣା କୁ ନେଇ ଦୋଷୀ ବିରୁଦ୍ଧରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଟିପିଡବ୍ଲୁଓଡିଏଲ ସହାୟତା ରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ମୈ।ଳିକ ଅଧିକାର ଉପରେ ଏକ ଦିନିକିଆ କର୍ମଶାଳା 

Sunil Chandra Nayak

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ : ଲୋକଙ୍କୁ ମିଳିବ ସରକାରୀ ସୁବିଧା, ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଖଡ଼ିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

masiha

Leave a Comment

error: Content is protected !!