ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ ନିର୍ମାଣରେ ଦୁର୍ନୀତି ର ଗନ୍ଧ : ଛଅ ମାସ ନ ଯାଉଣୁ ଧରାଶାୟୀ  

ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ ନିର୍ମାଣରେ ଦୁର୍ନୀତି ର ଗନ୍ଧ : ଛଅ ମାସ ନ ଯାଉଣୁ ଧରାଶାୟୀ  

କନ୍ଧମାଳ:ତା,୨୫/୦୭:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସୁବର୍ଣ୍ଣଗିରି ପଞ୍ଚାୟତର ପାଜୀକିରି ଓ ସିନ୍ଦିଗୁଡ଼ା ଗ୍ରାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଜଳ ସଂଗୃହୀତ ଓ ମୃତ୍ତିକା ସଂରକ୍ଷଣ ବାବଦକୁ ଆସିଥିବା ଏକ କୋଟିରୁ ଅଧିକ ଟଙ୍କା ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ଅପବ୍ୟବହାର କରାଯିବା ସହ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଦେଖିବାକୁ ମିଳିଛି। ମୃତ୍ତାକା ସଂରକ୍ଷଣ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଏପିଡିଙ୍କ ବିରୋଧରେ ଏଭଳି ଅଭିଯୋଗ ଉଠିଛି। ପାଜୀକିରି ଗ୍ରାମରେ ଚାଷୀମାନଙ୍କ ପାଇଁ ଏକ ଚେକ୍‌ଡେମ ନିର୍ମାଣ ହୋଇଥିଲା | ହେଲେ, ଛଅ ମାସ ନ ଯାଉଣୁ ଏହା ଧରାଶାୟୀ ହୋଇଯାଇଛି । ଠିକ୍ ଭାବରେ କାମ କରାଯାଇଥିଲେ ପାଜୀକରି ଗ୍ରାମର ପନ୍ଦରଟି ପରିବାର ଉପକୃତ ହୋଇଥାନ୍ତେ । ତତ୍ ସହିତ ସିନ୍ଧିଗୁଡ଼ା ଗ୍ରାମରେ ମଧ୍ୟ ସେହି ଏକା ପ୍ରକାର ଅବସ୍ଥା ଦେଖିବାକୁ ମିଳିଛି। ଯେଉଁ ୱାଲରେ ମେଟାଲ ଗୋଡ଼ି ଲାଗିବା କଥା ସେଠି ବିନା ଫାଉଣ୍ଡେସନରେ ବଡ଼ପଥର ଦେଇ ନିର୍ମାଣ କରାଯାଇଛି। ନାଳ ମଧ୍ୟ ୧୭ଶହ ମିଟର କରିବା ପରିବର୍ତ୍ତେ ଏକ ହଜାର ମିଟର କରାଯାଇଛି। ଫଳରେ, ବଳକା ଅର୍ଥକୁ ଆତ୍ମସାତ କରାଯାଇଥିବା ଜଳଜଳ ଦିଶୁଛି। ଏଣୁ ଏହାର ତଦନ୍ତ ଜରୁରୀ ବୋଲି ଚାଷୀ ମହେନ୍ଦ୍ର ପାଟ୍ଟମାଝୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ାଙ୍କୁ ଯୋଗାଯୋଗ କରିବାରୁ ସେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ କଥାବାର୍ତ୍ତା କରି ସତ୍ୟାସତ୍ୟ ସମ୍ପର୍କରେ ଜାଣି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି | ଏଭଳି କୋଟଗଡ଼ର ୧୫ଟି ପଂଚାୟତ ରେ ବର୍ଷ ବର୍ଷ ଧରି ନିମ୍ନମାନର କାମ ଚାଲିଛି। କିନ୍ତୁ, ପ୍ରଶାସନିକ ଉଚ୍ଚାଧିକାରୀଙ୍କ ଦୃଷ୍ଟି ପଡୁନି ବୋଲି ତଳିଆ କର୍ମଚାରୀମାନେ ଏହାର ଫାଇଦା ଉଠାଉଛନ୍ତି । ଏଣୁ, ଏଥିପ୍ରତି ଦୃଷ୍ଟି ଦେଇ ଆଦିବାସୀ ଇଲାକାର ପ୍ରକୃତ ଉନ୍ନତି ସାଧିତ କରାଯାଉ ବୋଲି ଦାବି ହୋଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଇଣ୍ଟର ନେସନାଲ ଡାଏସପୋରା ଫାଉଣ୍ଡେସନର ଆଞ୍ଚଳିକ ନିର୍ଦ୍ଦେଶକ ହେଲେ ଡ. ଭବାନୀଶଙ୍କର ନିଆଲ 

Sunil Chandra Nayak

କନ୍ଧରା ଗ୍ରାମରେ ଡାକମେଳା ଉତ୍ସବ ପାଳିତ

Sunil Chandra Nayak

ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪

masiha

Leave a Comment

error: Content is protected !!