ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଯୋଜନାରେ ବିଭାଗୀୟ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଭିଜିଲାନ୍ସ ତଦନ୍ତ ପାଇଁ ଦାବି

 ସଡକ ଯୋଜନାରେ ବିଭାଗୀୟ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଭିଜିଲାନ୍ସ ତଦନ୍ତ ପାଇଁ ଦାବି

ମୋହନଗିରୀ:୧୪/୦୭ – (ମନିସ):- କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ତରଫରୁ ଗମନାଗମନ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ କୋଟି କୋଟି ଟଙ୍କା ବ୍ଯୟବରାଦ ରେ ରାସ୍ତା ନିର୍ମାଣ କରି ଗମନାଗମନ କ୍ଷେତ୍ରରେ ସୁଗମ କରିବା ଉଦ୍ଦେଶ୍ୟ ରହିଅଛି। ହେଲେ ଏହି ରାସ୍ତା ନିର୍ମାଣ କ୍ଷେତ୍ରରେ ତାହାର ବ୍ଯତିକ୍ରମ ହେଉଥିବା ଅଭିଯୋଗ ପ୍ରାୟତଃ ବିଭିନ୍ନ ସ୍ଥାନରେ ହୋଇଆସୁଅଛି। ତଥାପି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲୁଥିବା ବେଳେ ରାସ୍ତାର ସ୍ଥାୟୀତ୍ବକୁ ନେଇ ସନ୍ଦେହ ସୃଷ୍ଟି କରୁଅଛି। ଏଭଳି ଅନେକ ଅଭିଯୋଗ ଆସୁଥିବା ବେଳେ ପୁଣି ଏକ ଅଭିଯୋଗ ଆସିଛି ଯାହାକି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଅଧିନରେ ଥିବା ମୋହନଗିରୀ ପଞ୍ଚାୟତ ଅଧିନରେ ଥିବା ପଣ୍ତାପଦର ରାସ୍ତା ନିର୍ମାଣ କାର୍ଯ୍ୟ ରେ। ସୂଚନା ଅନୁଯାୟୀ ଜଣାପଡିଛି ଯେ, ପଣ୍ତାପଦର ଠାରୁ ୧ କିଲୋମିଟର ୩୦୦ ମିଟର ମୁଖ୍ୟମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ଯ ଚାଲିଅଛି ତାହା ପୁଣି ତିନୋଟି ଜିଲ୍ଲା କୁ ସଂଯୋଗ କରିଥିବା ଏହି ରାସ୍ତା। ସୀମାରେ ଠିଆ ହୋଇଥିବା ବୋର୍ଡରେ ଯାହା ସୂଚନା ରହିଅଛି ସେଥିରେ ୭୬ ଲକ୍ଷ ଟଙ୍କା ବ୍ଯୟବରାଦ କରାଯାଇଥିବା ରାସ୍ତା। ସେଥିରେ ପୁଣି ବିଭାଗୀୟ ଇଂଜିନିୟର ଙ୍କ ଅନୁପସ୍ଥିତ ରେ ରାସ୍ତା କାର୍ଯ୍ଯ ଶେଷ କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ଏହାର ସୁଯୋଗ ନେଇ ଠିକାଦାର ନିମ୍ନମାନର ନାଲିମାଟୀ ଅଳ୍ପ ଅଳ୍ପ ବିଛାଯାଇ ନିମ୍ନମାନର ମେଟାଲ ଗେଟି ପକାଇ ପିଚୁ କାର୍ଯ୍ଯ କରାଗଲା। କିନ୍ତୁ ପିଚୁ ପଡିବା ଅଳ୍ପ ଦିନ ଭିତରେ ପିଚୁ ସବୁ ଉଠିଯାଇ ରାସ୍ତା ଅବସ୍ଥା ଖରାପ ହେବାରେ ଲାଗିଛି ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ପଞ୍ଚାୟତ ସମିତି ପକ୍ଷରୁ ଏହି ୧ କିଲୋମିଟର ୩୦୦ ମିଟର ଠାରୁ ୪୦୦ ମିଟର କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା ଏଥିରେ ଅଳ୍ପ ଅଳ୍ପ ସିମେଣ୍ଟ ପାଣି ଗୋଳେଇ ଢ଼ଳା ଯାଇ ଇଞ୍ଜିନିୟର ଓ ଠିକାଦାର ବିଲ କରି ଖାଇଦେବା ବ୍ଯବସ୍ଥା କରାଯାଇଛି ବୋଲି କିଛି ଲୋକ ଶୁଣିବାକୁ ପାଇଥିଲେ। ଏହାକୁ ନେଇ ଗତ ତା ୧୧/୦୭/୨୦୨୪ ରିଖ ଦିନ ଏକ ବୈଠକରେ ଆଲୋଚନା କରିଥିଲେ। ରାସ୍ତା ନିର୍ମାଣରେ ଘୋଟାଲା ହୋଇଥିବା କାରଣରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରିବା ପାଇଁ ସାଧାରଣରେ ଦାବି କରାଯାଇଥିବା ଜଣାପଡ଼ିଛି। ତେବେ ଏହି ନିମ୍ନମାନର ରାସ୍ତା ରେ କେବେ ଭିଜିଲାନ୍ସ ତଦନ୍ତ କରୁଛନ୍ତି ତାହା ଏବେ ଦେଖିବାକୁ ବାକିରହିଲା।

ମୋହନଗିରୀ ରୁ ସୁବାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

କଳାହାଣ୍ଡିରେ ୫ଟି ସଚୀବ ଭି କେ ପାଣ୍ଡିୟାନ , ରୂପାନ୍ତରୀକରଣରେ କଳାହାଣ୍ଡି ଜିଲ୍ଲା ଏକ ନମ୍ବର 

masiha

ଜୁନାଗଡ଼ ରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

୨୦୨୬ ଉଦ୍ଯୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

Sunil Chandra Nayak

Leave a Comment

error: Content is protected !!