ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହେରୁ ଉର୍ଦ୍ଧ୍ବ ବର୍ଷର ପରମ୍ପରା ସରିଲା ଚାଷୀପଡ଼ା ଉଡ଼ା ପର୍ବ

ଶହେରୁ ଉର୍ଦ୍ଧ୍ବ ବର୍ଷର ପରମ୍ପରା

ସରିଲା ଚାଷୀପଡ଼ା ଉଡ଼ା ପର୍ବ

ବସ୍ତା,20/04 : ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଚାଷୀପଡ଼ା ଗ୍ରାମରେ ପ୍ରତିଷ୍ଠିତ କାଶୀଶ୍ବର ମହାଦେବଙ୍କ ମନ୍ଦିରରେ ଉଡ଼ା ଯାତ୍ରା ଶୁକ୍ରବାତ ଉଦ୍‌ଯାପିତ ହୋଇଯାଇଛି।ଗତ ୧୭ ତାରିଖରେ ନିଆଁ ପାଟ ଓ କଣ୍ଟା ପାଟ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ଉଡ଼ା ପର୍ବ ସଂପନ୍ନ ହୋଇଥିଲା। ଏହି ଐତିହାସିକ ଉଡା ପର୍ବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।ଏହି ଉଡ଼ା ଯାତ୍ରା ନିମନ୍ତେ ଭକ୍ତାମାନେ ହବିଷାନ୍ନ ଖାଇ ଏକାଙ୍ଗୀ ଭାବେ ମନ୍ଦିରରେ ରହିଥିଲେ। ପ୍ରଥମ ଦିନରୁ ବାବା କାଶୀଶ୍ବର ମହାଦେବଙ୍କୁ ପୂଜାର୍ଚ୍ଚନା କରି ପଇତା ଧାରଣ କରିଥିଲେ।ଚୈତ୍ର ଶୁକ୍ଳ ଦ୍ବିତୀୟା ୨୮ ଦିନ ଅର୍ଥାତ୍ ପଣା ସଂକ୍ରାନ୍ତିର ୪ଦିନ ପୂର୍ବ ରାତ୍ରୀରେ ଗ୍ରାମ ପୁଷ୍କରିଣୀରୁ ଉତ୍ତୋଳନ କରି ଦଣ୍ଡ ନୃତ୍ୟ ଏବଂ ଢୋଲ ବାଦ୍ୟ ବଜାଇ ମଣ୍ଡପ ପ୍ରାଙ୍ଗଣରେ ରଖି ସାରା ରାତି ଭକ୍ତାମାନେ ପୂଜାର୍ଚ୍ଚନା କରିଥିଲେ।ତହିଁ ପରଦିନ ପ୍ରାତଃରୁ ପୋଖରୀରୁ ସ୍ନାନ ସାରି ସେମାନେ ଗ୍ରାମ ପରିକ୍ରମା କରିଥିଲେ।ବୁଧବାର କଣ୍ଟାପାଟ, ନିଆଁପାଟ, ଝୁଲାପାଟକୁ ଦେଖିବା ପାଇଁ ହଜାରେରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ଭିଡ଼ ଜମିଥିଲା।ମନ୍ଦିର ପୂଜକ ଗଣେଶ ମିଶ୍ର ବାବା କାଶୀଶ୍ବରଙ୍କ ଯଥାରୀତି ପୂଜାର୍ଚ୍ଚନା କରିଥିଲେ।ଗତକାଲି ଉଡା ପଡ଼ିଆରେ ଉଡ଼ା ଖୁଣ୍ଡ ସ୍ଥାପନ କରାଯାଇ ମୁଖ୍ୟ ପାଟଭକ୍ତା ପିତାମ୍ବର ସାହୁଙ୍କ ସମେତ ଅନ୍ୟ ୧୨ଜଣ ଭକ୍ତାମାନେ ଉଡିଥିଲେ।ଗ୍ରାମର ପିତାମ୍ବର ମହାପାତ୍ର,ସତ୍ୟନାରାୟଣ ମହାପାତ୍ର,ଭୂପତି ବେହେରା,ପ୍ରଦୀପ ମହାପାତ୍ର,କରୁଣାକର ନାଏକ,ସନାତନ ବେହେରା,ହରିହର ପାତ୍ର,ଧୀରେନ୍ଦ୍ର ଦତ୍ତ ପ୍ରମୁଖ ଉଡ଼ାକୁ ପରିଚାଳନାରେ ସହଯୋଗ କରିଥିଲେ।ଏହି ଉଡ଼ା ପର୍ବ ଆଜକୁ ଶହେରୁ ଉର୍ଦ୍ଧ୍ବ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ବୋଲି ମୁଖ୍ୟ ପାଟଭକ୍ତା ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ତୃତୀୟ ଚିତ୍ତରଞ୍ଜନ ଟ୍ରଫି ଉଦଯାପିତ, ମୁଣ୍ଡମରାଇ ଚାମ୍ପିଅନ

masiha

ଉର୍ଦ୍ଧୁ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ : ତଦନ୍ତ ଦାବୀ କଲେ ଗ୍ରାମବାସୀ 

Sunil Chandra Nayak

Leave a Comment

error: Content is protected !!