ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ ରାଉରକେଲା ର ସ୍ଥାପନା ଦିବସ ପାଳିତ 

ରୋଟାରୀ କ୍ଲବ ଅଫ ରାଉରକେଲା ର ସ୍ଥାପନା ଦିବସ ପାଳିତ 

ରାଉରକେଲା :ରୋଟାରୀ କ୍ଲବ ଅଫ ରାଉରକେଲାର ୬୭ତମ ସ୍ଥାପନ ସମାରୋହ ଇତିମଧ୍ୟରେ ସ୍ଥାନୀୟ ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ପିଡିଜି ରୋଟାରୀୟାନ ରଂଜିତ ସାଇନି , ଏଫ.ସି. ମହାନ୍ତି , ଆଇ.ପି.ଡି.ଜି. ମଞ୍ଜିତ ସିଂ ଅରୋରା ଏବଂ ଅମିତ ଜୟସ୍ବାଲ , ଏ.ଜି ସଞ୍ଜୟ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ର ଗୌରବ ବୃଦ୍ଧି କରିଥିଲେ ।

କ୍ଲବ ର ସଭାପତି ପରଭେଜ ଅରୋରା ତାଙ୍କ ବକ୍ତବ୍ୟ ରେ ଗତ ୨୦୨୩- ୨୪ ବର୍ଷ ରେ ଅନୁଷ୍ଠିତ ସଫଳ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ l ସମ୍ପାଦକ ରୋଟାରୀୟାନ ବିନୋଦ ଗୋଏଲ ରୋଟାରୀ କ୍ଲବ ର ବିବିଧ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋକପାତ କରିବା ସହ ପ୍ରମୁଖ ସାତୋଟି କ୍ଷେତ୍ର ସମ୍ପର୍କ ରେ ସୂଚନା ଦେଇଥିଲେ l ଚଳିତ ୨୦୨୪-୨୫ ବର୍ଷ ପାଇଁ ରୋଟାରୀ କ୍ଲବ ର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଙ୍କ ସହିତ ନୂତନ କମିଟି ଓ ସଭାପତି ଭାବେ କଳ୍ପନା ଶତପଥି, ସମ୍ପାଦକ ସୁଭାଶିଷ ସାମଲ ଦାୟିତ୍ୱ ଗ୍ରହଣ କରିବା ସହ ଶପଥ ପାଠ କରିଥିଲେ l ମୁଖ୍ୟ ଅତିଥି ରଞ୍ଜିତ ସାଇନି ରୋଟାରୀୟାନ ବାସନ୍ତୀ ମହାନ୍ତି ଙ୍କୁ ପି.ଏଚ.ଏଫ ପିନ ହସ୍ତାନ୍ତର କରିଥିଲେ l ଏହି ଅବସରରେ କ୍ଲବ ର ବୁଲେଟିନ୍ କୁ ଉନ୍ମୋଚନ କରାଯାଇଥିଲା lପି.ଡି.ଜି ରଂଜିତ ଏବଂ ଡି.ଜି.ଇ ଅମିତ ସେମାନଙ୍କ ବକ୍ତବ୍ୟ ରେ ରୋଟାରୀ କ୍ଲବ ର ଅଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରି ସେବା କାର୍ଯ୍ୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ନୂତନ ଦାୟିତ୍ୱ ଗ୍ରହଣ ପରେ ସଭାପତି ଶ୍ରୀମତୀ ଶତପଥି ବୋର୍ଡ ଅଫ ଡାଇରେକ୍ଟର ଓ କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ପରିଚିତ କରାଇଥିଲେ l ନୂତନ ସମ୍ପାଦକ ଶ୍ରୀ ସାମଲ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରିଥିଲେ l ଶେଷରେ ରୋଟାରୀୟାନ ହୀରାଲାଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲା। କାର୍ଯ୍ୟକ୍ରମକୁ ରୋଟାରୀୟାନ କୋଏନା ଦସ୍ତିଦାର ସଂଯୋଜନା କରିଥିଲେ l କ୍ଲବ ର ସଦସ୍ୟ, ଅତିଥି ରୋଟାରିଆନ୍, ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଦରଖାସ୍ତ

Sunil Chandra Nayak

ଆଶାକର୍ମୀ ମlର୍ଥମଣି ନାଏକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

masiha

Leave a Comment

error: Content is protected !!