ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାୟଗଡା / ୨୬/୭ : ରାୟଗଡା ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ଅଧ୍ୟକ୍ଷା ଜିଲ୍ଲାପରିଷଦ ସୁଶ୍ରୀ ସରସ୍ବତୀ ମାଝୀ,ନଗରପାଳ ପି.ମହେଶ ପଟ୍ଟନାୟକ, ଖଣ୍ଡିୟ ବନ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହଳେ, ଅତିରକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ,ଦିଆଇବି ଡିଏସପି ଶ୍ରୀ ଭୀମସେନ ନାୟକ,ଜଳବିଭାଜିକା ମିଶନର ପ୍ରକଳ୍ପ ନିର୍ଦେଶକ ଡ଼ଃ ଦୟାନିଧି ବାଘ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ | ସ୍ୱାଧୀନତା ଦିବସ ପାଳନ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ସକାଳ ଘ. ୯. ୧୫ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା ଓ ଦେଶାତ୍ମକବୋଧ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଜିଲ୍ଲାରେ ମାଟ୍ରିକ ପରୀକ୍ଷା ରେ ଟପ୍ପର ଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ଆଲୋଚନା କରାଯାଇଥିଲା | ପ୍ୟାରଡ଼ ପଡିଆରେ ବାରିକେଟ ଲଗାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନରେ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ, ଉପ କାରାଗାର ,ସେବା ସମାଜ, ସ୍ୱାଧର ଗୃହର ଅନ୍ତେବାସୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଫଳ ଓ ମିଷ୍ଠlହ୍ନ ବଣ୍ଟନ କରାଯିବ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ,ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଅବକାରୀ ଅଧିକାରୀ ସୁଶାନ୍ତ କୁମାର ଧଳସlମନ୍ତ, ପୋଲିସ ରିଜର୍ଭ ଇନ୍ସପେକ୍ଟର କବିବର ଦେହୁରୀ ,ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା, ଜିସିଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ,ପୂର୍ତ୍ତ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଭାପତି ଡ଼ଃ ଦୁଷ୍ମନ୍ତ ମହାନ୍ତି, ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା,ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ,ଓକିଲ ଲାବଣ୍ୟ ମୋ‌ହନ ପଟନାୟକ ଆଦି ଉପସ୍ଥିତ ଥିଲେ । ଶେଷରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

ଓମ୍ ପ୍ରକାଶ ସାହୁଙ୍କ ଦ୍ୱାରା ବାଲୁକା କଳାରେ ସଚେତନ ବାର୍ତ୍ତା 

masiha

ବ୍ଲକ ଏକ୍ସ-କ୍ୟାଡର ଶିକ୍ଷକ ସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!