ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନାବାଳକ ଶିବ ଭକ୍ତଙ୍କ ନିଆରା ଭକ୍ତି…. ଶ୍ରାବଣ ର ଦ୍ଵିତୀୟ ସୋମବାର…. ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ନାବାଳକ ଶିବ ଭକ୍ତ

ନାବାଳକ ଶିବ ଭକ୍ତଙ୍କ ନିଆରା ଭକ୍ତି….

ଶ୍ରାବଣ ର ଦ୍ଵିତୀୟ ସୋମବାର…. ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ନାବାଳକ ଶିବ ଭକ୍ତ

ଶ୍ରାବଣ ମାସ ବୋଲ୍ ବମ୍ ଭକ୍ତ ଙ୍କ ଶିବ ଆରାଧନା ର ସମୟ। ଏହି ପବିତ୍ର ମାସରେ ସବୁ ଶିବ ମନ୍ଦିର ରେ ବୋଲ୍ ବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ମାନସିକ କରିଥିବା ଭକ୍ତ ମାନେ ବିଭିନ୍ନ ମୁଦ୍ରା ରେ ମନ୍ଦିର ଯାଇ ଶିବଙ୍କ ମସ୍ତକରେ ଜଳ ଲାଗି କରିଥାନ୍ତି। କିଏ କାଉଡ଼ିଆ ଧରି ତ ଆଉ କିଏ ଧାଇଁ ଧାଇଁ ତ ଆଉ କିଏ ଦଣ୍ଡ ମୁଦ୍ରା ରେ ଯାଇଥାନ୍ତି। ବିଗତ କିଛି ବର୍ଷ ହେଲା ଧର୍ମଗଡ ଅଞ୍ଚଳରେ ବୋଲ୍ ବମ୍ ଭକ୍ତ ମାନେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଜଳ ଲାଗି କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି। ସାପ ଭଳି ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାରୁ ଏହାକୁ ନାଗବମ୍ କୁହାଯାଉଛି।

ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ଧର୍ମଗଡ ବସ୍ତି ପଡ଼ାର ବୋଲ୍ ବମ୍ କମିଟି ର ନାବାଳକ ଭକ୍ତମାନେ ଧର୍ମଗଡ ବସ୍ତିପଡା ଲକ୍ଷ୍ମୀ ମଣ୍ଡପ ଠାରୁ ରୁଦ୍ରେଶ୍ୱର ଶିବ ମନ୍ଦିରକୁ ପ୍ରାୟ ଏକ କିଲୋମିଟର ରାସ୍ତା ସାପ ଭଳିଆ ଯିବା ଯିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିଥିଲା। ଜଳ ଲାଗି କରିବାକୁ ଯାଉଥିବା ଏହି ଭକ୍ତ ମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ କଡ଼ରେ ଦେଖଣାହାରି ଙ୍କ ବେଶ ଉତ୍କଣ୍ଠା ପରିଲକ୍ଷିତ ହୋଇଥଲା।ଉକ୍ତ ରାସ୍ତାରେ ଏହି ନାଗବମ୍ ଭକ୍ତଙ୍କ ପାଇଁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇ ଯାଇଥିଲା। ଏହି ଭକ୍ତ ମାନଙ୍କ ଯାଉଥିବା ରାସ୍ତା ଉପରେ କିଏ କ୍ଷୀର, ପାଣି, ଫୁଲ ପକାଉଥିଲା ତ କିଏ ନିମ୍ବପତ୍ର ରାସ୍ତାରେ ପକାଇ ସେମାନଙ୍କର କଷ୍ଟ ଲାଘବ ପାଇଁ ଚେଷ୍ଟା କରୁଥିଲେ। ହରିବୋଲ ଓ ହୁଳହୁଳି ଧ୍ୱନୀରେ ସାରା ଧର୍ମଗଡ ସହର ପ୍ରକମ୍ପିତ ହୋଇଉଠିଥିଲା। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଜି ଅଗ୍ନିଗଙ୍ଗାମା ଙ୍କ ଉଦଯାପନ ଯାତ୍ରା ଶେଷ 

masiha

ଲମ୍ବସରୀ ରେ ମାଁ ଚକରାପଥର ଦେବୀ ଙ୍କ ନିଶି ପୂଜା

Sunil Chandra Nayak

ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସମିତି, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଧୂମଧାମରେ ଭଗବାନ ଶାଳୀଗ୍ରାମ ସହିତ ମାତା ତୁଳସୀ ଦେବୀଙ୍କ ଵିଵାହ ସଂପନ୍ନ

masiha

Leave a Comment

error: Content is protected !!