ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଲିଆଗୁଡା ଗ୍ରାମବାସୀଙ୍କୁ ଯାତାୟାତରେ ସମସ୍ୟା, ସମସ୍ୟାର ସମାଧାନ କେବେ ?

ପର୍ଲିଆଗୁଡା ଗ୍ରାମବାସୀଙ୍କୁ ଯାତାୟାତରେ ସମସ୍ୟା,

ସମସ୍ୟାର ସମାଧାନ କେବେ ?

ନବରଙ୍ଗପୁର( ତା ୨୭/୦୭)(ରବିନାରାୟଣମହାନ୍ତି(-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ପର୍ଲିଆଗୁଡା ଗ୍ରାମକୁ ଯିବା ପାଇଁ ତିନି ପଟୁ ରାସ୍ତା ରହିଥିବା ବେଳେ କୌଣସି ବି ରାସ୍ତା ଠିକ ନଥିବା ଯୋଗୁଁ ଗ୍ରାମବାସୀଙ୍କ ଯାତାୟାତରେ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି।ବିଶେଷ କରି ପର୍ଲିଆଗୁଡା ଗ୍ରାମରେ ବିଦ୍ୟାଳୟ ଏବଂ ଅଙ୍ଗନ ବାଡି କେନ୍ଦ୍ର ନଥିବା ବେଳେ ରାସ୍ତା ଖରାପ ଯୋଗୁଁ ବିଦ୍ୟାଳୟ ସହ ଅଙ୍ଗନ ବାଡି ଯାଉଥିବା ଛାତ୍ରଛାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଆଜିକୁ ପ୍ରାୟ ୬୦ ବର୍ଷ ତଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳର କିଛି ଲୋକ ଆସି ପ୍ରଥମେ ଜନ ବସତି ଆରମ୍ଭ କରିଥିଲେ।ବର୍ତ୍ତମାନ ଏହି ଗ୍ରାମରେ ୩୦ ପରିବାର ରହୁଥିବା ବେଳେ ବିଭିନ୍ନ କିସମର ଚାଷ କରି ଜୀବିକା ନିର୍ବାହ କରୁଛନ୍ତି।ତେବେ ଏହି ଗ୍ରାମକୁ ଯାତାୟତ ପାଇଁ ସମସ୍ୟା ଦେଖା ଦେଇଛି।ଏହି ଗ୍ରାମକୁ ଯିବା ପାଇଁ ତିନୋଟି ରାସ୍ତା ଅଛି।ସୁରୁମୁଣ୍ଡା ଗ୍ରାମ ଦେଇ ଗଲେ ସୁରୁମୁଣ୍ଡା ଗ୍ରାମ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ପର୍ଲିଆଗୁଡା ଅବସ୍ଥିତ।ଏହି ଦେଢ଼ କିଲୋମିଟର ରାସ୍ତା ପ୍ରଶାସନ ପକ୍ଷରୁ ପ୍ରାୟ ୧୦ ବର୍ଷ ତଳେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା।ତେବେ କଂକ୍ରିଟ ରାସ୍ତାର ଦୁଇ ପାର୍ଶ୍ଵରେ ଧାନ ଜମି ଥିବା ଯୋଗୁଁ କଂକ୍ରିଟ ରାସ୍ତା ଚଳିତ ବର୍ଷ ଦବି ଯାଇଛି।ଫଳରେ ଏହି ରାସ୍ତା ଦେଇ ଗାଡ଼ିରେ ଯାତାୟାତ କରିବାରେ ସମସ୍ୟା ହେଉଛି।ସେହିପରି ଅନ୍ୟ ଏକ ରାସ୍ତା ଗଵାଗୁଡା ଗ୍ରାମ ଦେଇ ଯିବା ପାଇଁ ପଡେ।ଗଵାଗୁଡା ଠାରୁ ଦେଢ଼ କିଲୋମିଟର ଦୂରରେ ପର୍ଲିଆଗୁଡା ଅବସ୍ଥିତ।ତେବେ ଏହି ଦେଢ଼ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ କାଦୁଅ ସହ ବର୍ଷା ପାଣି ଜମି ରହୁଛି।ଫଳରେ ଏହି ରାସ୍ତା ଦେଇ ଚାଲି ଚାଲି ଯିବା କଷ୍ଟ ହୁଏ।ସେହିପରି ଅନ୍ୟ ଏକ ରାସ୍ତା ମୋତିବନ୍ଧଗୁଡା ଗ୍ରାମ ଦେଇ ଯିବା ପାଇଁ ପଡେ।ଏହି ରାସ୍ତା ଦେଇ ଗଲେ ସତୀଘାଟ ନଦୀ ପାର ହୋଇ ଯିବା ପାଇଁ ପଡେ।ପ୍ରଶାସନ ପକ୍ଷରୁ ସତୀଘାଟ ନଦୀ ଉପରେ ପୋଲ ନିର୍ମାଣ ହୋଇ ନଥିବା ଯୋଗୁଁ ବର୍ଷା ଦିନ ମାନଙ୍କରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ।ତେଣୁ ଏହି ଗ୍ରାମକୁ ଯିବା ଆସିବା ପାଇଁ ସମସ୍ୟା ହୋଇଥାଏ।ପର୍ଲିଆଗୁଡା ଗ୍ରାମରେ କୌଣସି ବିଦ୍ୟାଳୟ ଏବଂ ଅଙ୍ଗନ ବାଡ଼ି କେନ୍ଦ୍ର ନଥିବା ଯୋଗୁଁ ନିକଟରେ ଥିବା ଗଵାଗୁଡା କିମ୍ବା ଚଚା ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି।ସେହିପରି ଦାବିରିମୁଣ୍ଡା ଅଙ୍ଗନ ବାଡ଼ି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି।ରାସ୍ତା ଖରାପ ଯୋଗୁଁ ପିଲା ମାନେ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଗ୍ରାମବାସୀ କହିଛନ୍ତି।ସେହିପରି ପର୍ଲିଆଗୁଡାଗ୍ରାମର ଗାଁ ଦାଣ୍ଡ ଅବସ୍ଥା ମଧ୍ୟଶୋଚନୀୟ ଅବସ୍ଥାରେ ରହିଛି।ପ୍ରଶାସନ ପକ୍ଷରୁ ପ୍ରାୟ ୫୦ ମିଟର ରାସ୍ତାକୁ କଂକ୍ରିଟ ରାସ୍ତା କରାଯାଇଥିବା ବେଳେ ବଳକା ଏକ ଶହ ମିଟର ରାସ୍ତା କଂକ୍ରିଟ ରାସ୍ତା ହୋଇନାହିଁ।ଫଳରେ ଗାଁ ଦାଣ୍ଡର ରାସ୍ତା ସମ୍ପୁର୍ଣ୍ଣ କାଦୁଅ ଭର୍ତ୍ତି ହୋଇ ଥିବା ଗ୍ରାମବାସୀ କହିଛନ୍ତି।ପର୍ଲିଆଗୁଡା ଗ୍ରାମ ରାସ୍ତାର ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଗଵାଗୁଡା ଗ୍ରାମ ଠାରୁ ପର୍ଲିଆଗୁଡା ଦେଇ ମତିବନ୍ଧଗୁଡା ଗ୍ରାମ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ସାମିଲ କରି ସତୀଘାଟ ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଗ୍ରାମର ଶଙ୍କର ଗୈାଡ,ଶିବରାମ ଗୈାଡ, ଉଦ୍ଧବ ଗୈାଡ, ଚନ୍ଦ୍ରମଣି ଗୈାଡ, ଲିଙ୍ଗରାଜ ଗୈାଡ,ହିରନ ଗୈାଡ,ରାଇଧର ଗୈାଡ,ଭଜନ ଗୈାଡ, ଶୁଶାନ୍ତ ଗୈାଡ, ଧନବନ୍ତ ଗୈାଡ,ବୀରକଣ୍ଟ ଗୈାଡ,ଭୂଜବଳ ଗୈାଡ, ଉମାକାନ୍ତ ଗୈାଡ,ସିମାଞ୍ଚଳ ଗୈାଡ, ଗୁଣନିଧି ଗୈାଡ ପ୍ରମୁଖ ଦାବି କରିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

Sunil Chandra Nayak

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ ସାହୁ

Sunil Chandra Nayak

ଅନାଥଙ୍କୁ ସହାୟତାର ହାତ ବଢ଼େଇଲେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ 

masiha

Leave a Comment

error: Content is protected !!