ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ

ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା(Gender-based Violence) ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଗଣେଶ୍ୱର କହ୍ନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ମହିଳା ଓ ବାଳିକାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା, ନିର୍ଯାତନା ଓ ଭେଦଭାବର ଅବସାନ ଘଟାଇବା ସହ ସମାଜରେ ସମାନତା, ସମ୍ମାନ, ସୁରକ୍ଷା ଓ ନ୍ୟାୟ ପ୍ରତିଷ୍ଠା କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ନବନୀତା ଦାଶ, DSP, HRPC ମର୍ସି ପୂର୍ତ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ମହାଉତି ଏବଂ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସୁନୀଲ ମଲ୍ଲିକ ଯୋଗଦେଇ ଲିଙ୍ଗଭିତ୍ତିକ ହିଂସାର ବିଭିନ୍ନ ଦିଗ ଓ ଏହାର ନିରାକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ବକ୍ତାମାନେ ମହିଳା ଓ ବାଳିକାଙ୍କ ପ୍ରତି ଘରୋଇ ହିଂସା, ଯୌନ ନିର୍ଯାତନା, ବାଲ୍ୟବିବାହ, ମାନବ ଚାଲାଣ ଓ ସାଇବର ଅପରାଧ ଭଳି ବିଭିନ୍ନ ହିଂସାର ପ୍ରତିରୋଧ ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପୀଡ଼ିତାମାନଙ୍କୁ ଆଇନଗତ ସହାୟତା, ପରାମର୍ଶ, ସୁରକ୍ଷା ଓ ଥଇଥାନ ସେବା ଯୋଗାଇଦେବା କ୍ଷେତ୍ରରେ ବିଭିନ୍ନ ବିଭାଗ ଓ ସଂସ୍ଥାର ସମନ୍ୱିତ ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜିଲ୍ଲା ସଂଯୋଜକଙ୍କ ପକ୍ଷରୁ ୧୬ ଦିନିଆ ଅଭିଯାନର ଦିବସଭିତ୍ତିକ କାର୍ଯ୍ୟଯୋଜନା ଓ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଅଭିଯାନ ଅବଧି ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍, ଗ୍ରାମପଞ୍ଚାୟତ, ଶିକ୍ଷାନୁଷ୍ଠାନ ଓ ଗୋଷ୍ଠୀସ୍ତରରେ ସଚେତନତା କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ରାଲି ଏବଂ ପ୍ରଚାର ଓ ପ୍ରସାରମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଅଭିଯାନର ଶୁଭାରମ୍ଭ ଅବସରରେ ଏକ ବିଶାଳ ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲି ମାଧ୍ୟମରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ମହିଳା ଓ ବାଳିକାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ଏବଂ ହିଂସାମୁକ୍ତ ସମାଜ ଗଠନ ଦିଗରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ସୁରକ୍ଷା ଅଧିକାରୀ ମଞ୍ଜୁ ଶୁକ୍ଳା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହିଳା ସଶକ୍ତୀକରଣ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

Related posts

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ‌ଦିବସରେ ରାଇରଙ୍ଗପୁର‌କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ – ୨୦୨୬

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିରରେ ପୁରସ୍କାର ବିତରଣ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!