ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ସଂଚାଳନ ଦିବସ ପାଳିତ

ଗୋଷ୍ଠୀ ସଂଚାଳନ ଦିବସ ପାଳିତ

ଆଜି ଧର୍ମଗଡ଼ ବ୍ଲକର ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟର ଅନ୍ତର୍ଗତ ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନର ସପ୍ତମ ଦିବସରେ ଗୋଷ୍ଠୀ ସଂଚାଳନ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ପ୍ରଧାନ ଶିକ୍ଷକ ଚକ୍ରଧର ପ୍ରଧାନଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ସି ଆର ସି ସି ଟିକେଶ୍ୱର ନାଏକ, ପୁରାତନ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ନାରାୟଣ ବେହେରା, ଦେବରାଜ ଧଙ୍ଗଡ଼ା ମାଝୀ, ବିରଞ୍ଚି ନାରାୟଣ ନାୟକ, ସମାଜ ସେବି କ୍ଷୀର ସିନ୍ଧୁ ନାଏକ ପୁରାତନ ଛାତ୍ର ସଂଘ ସଭ୍ୟ ମଧୁସୂଦନ ନାଏକ ଓ ବରିଷ୍ଠ ଶିକ୍ଷକ ସୁନୀଲ କୁମାର ମୁଣ୍ଡ ମଞ୍ଚାସିନ ଥିଲେ l ସଭା ମାଧ୍ୟମରେ ବିଗତ ପାଳିତ ହୋଇ ଯାଇଥିବା ଶିକ୍ଷା ଦିବସ ସମ୍ପର୍କରେ ଅନୁଭୂତି ବର୍ଣନା ସହ ତିଥି ଭୋଜନ ଓ ସ୍ବେଛାସେବୀ ମାନଙ୍କୁ ବିଦ୍ୟାଞ୍ଜଳି ପୋର୍ଟାଲ ମାଧ୍ୟମରେ ବିଦ୍ୟାଳୟରେ ସମ୍ପୃକ୍ତ ସମ୍ପର୍କରେ ଆଲୋଚନା କରାଯାଇଥିଲା l ଚିଲିଚିଲା ବିଦ୍ୟାଳୟର 120ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଓ 20 ଜଣ ଗୋଷ୍ଠୀ ସଦସ୍ୟଙ୍କୁ ଦୁଇଜଣ ବଦାନ୍ୟ ବ୍ୟକ୍ତି ନାରାୟଣ ବେହେରା ଓ ଶ୍ରୀ କ୍ଷୀରସିନ୍ଧୁ ନାଏକ ସିଭିଲ ସୋସାଇଟି ତରଫରୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିଥିଲେ l ଏହା ସହିତ ବିଦ୍ୟାଞ୍ଜଳି ପୋର୍ଟାଲ ମାଧ୍ୟମରେ ଶ୍ରୀ କ୍ଷୀରସିନ୍ଧୁ ନାଏକ ଓ ମଧୁସୂଦନ ନାଏକ ସ୍ବେଛାସେବୀ ହେବା ପାଇଁ ପଞ୍ଜିକରଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରାଜେଶ୍ୱରୀ ନେଗୀ, ନିବେଦିତା ଠାକୁର ଓ ଶିକ୍ଷକ ଶିବାନନ୍ଦ ରଣା ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋକସରା ତହସିଲ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୬୮ ୟୁନିଟ ରକ୍ତ ସଂଗ୍ରହ

masiha

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ପ୍ରକାଶ ପାଇଲା ସାପ୍ତାହିକ କବିତା ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!