ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଉଦ୍ଧାର କଲା ବ୍ଲକ ପ୍ରଶାସନ

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଉଦ୍ଧାର କଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ଼, ୩୦/୦୭(ମନିସ)-ଦୀର୍ଘ ଦିନ ଧରି ସାମାଜିକ ବାସନ୍ଦ ହୋଇ ଅସହାୟ ହୋଇପଡିଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳା ଓ ତାଙ୍କର ପାଞ୍ଚ ବର୍ଷ ବୟସର ଝିଅକୁ ଉଦ୍ଧାର କରି ଥଇଥାନ କରିଛି ଲାଞ୍ଜିଗଡ ବ୍ଲକ ପ୍ରଶାସନ । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମପଞ୍ଚାୟତ ମୁଣ୍ଡା ଗାଁର ସୁଶୀତା ବିଶ୍ୱାଳ । ମାନସିକ ଭିନ୍ନକ୍ଷମ ସୁଶୀତା ତାଙ୍କର ଏକ ପାଞ୍ଚ ବର୍ଷର ଏକ ଝିଅକୁ ନେଇ ଦୁର୍ଦ୍ଦିନରେ କାଳ କାଟୁଥିବାବେଳେ ଏକ ଭଙ୍ଗା ଦଦରା ଘରେ ରହୁଥିଲେ । ତେବେ ଗତ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ତାଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଥିବାବେଳେ ଗାଁ ଲୋକେ ମାଁ ଆଉ ଝିଅକୁ ନେଇ ଗାଁର କଲ୍ୟାଣମଣ୍ଡପରେ ଆଶ୍ରୟ ଦେଇଥିଲେ । ସେହିପରି ଗାଁର ସ୍କୁଲରୁ ତାଙ୍କ ଅସହାୟତା ଦେଖି ଖାଇବାକୁ ଦିଆଯାଉଥିଲା । ତେବେ ବିପଦସଙ୍କୁଳ କଲ୍ୟାଣମଣ୍ଡପରେ ମାଆ-ଝିଅ ରହିବା ଏକ ପ୍ରକାର ମୁସ୍କିଲ ହୋଇ ପଡିଥିବାବେଳେ ବର୍ଷା ହେଲେ ଭିତରକୁ ପାଣି ପଶିଯାଉଥିବାରୁ ସେମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଥିଲା । ସୁଶୀତାଙ୍କ ଏ ଦୁର୍ଦ୍ଦଶା ସଂପର୍କରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଅବଗତ ହେବାପରେ ବିଡିଓ ଶଶାଙ୍କ ପାତ୍ରଙ୍କ ନିର୍ଦ୍ଦେଶରେ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ଗାଁକୁ ପହଞ୍ଚିବା ସହିତ ସୁଶିତାକୁ ବୁଝାଇ ସୁଝାଇ ଉଦ୍ଧାର କରିବା ସହିତ ଧର୍ମଗଡସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରିବାକୁ ପଦକ୍ଷେପ ନେଇଛନ୍ତି । ଏବେ ସୁଶୀତା ଓ ତାଙ୍କ ଝିଅ ଯଶୋଦା ଅନାଥ ଆଶ୍ରମରେ ଅନ୍ତେବାସୀ ଭାବେ ରହିବା ସ୍ଥିର ହୋଇଛି । ମାନସିକ ଭିନ୍ନକ୍ଷମ ସୁଶୀତା ଓ ତାଙ୍କ ଝିଅକୁ ଉଦ୍ଧାର ସହିତ ଥଇଥାନ ପାଇଁ ବ୍ଲକ ପ୍ରଶାସନର ସଠିକ୍ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୁଶୀତାଙ୍କୁ ଉଦ୍ଧାର କରାଯିବାବେଳେ କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକ, ସମାଜସେବୀ ସୁଶୀଲ କୁମାର ବାଗ, ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

Sunil Chandra Nayak

ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!