ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

ନୂଆପଡା,ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛନ୍ତି। ଆଜି ଦୁଇ ଗୋଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଥିବା ବେଳେ ଗେଟ୍ ନମ୍ୱର୍ ୩ ଓ ୬ ଖୋଲିଥିବା ଜଣାପଡିଛି। ଜଳ ନିଷ୍କାସନ ବେଳେ ତିଖାଳି ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନ ଭତ୍ରା, ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ଖଡିଆଳ ବିଡ଼ିଓ ବିରସେନ ବେହେରା ପ୍ରମୁଖ ଉପସ୍ଥିତି ଥିଲେ। ଅନ୍ୟ ଲଘୁଚାପ ହେବା ପୂର୍ବାନୁମାନ ଥିବା ରୁ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଡେମ ରୁ ଜଳ ନିଷ୍କାସିତ ହେଉଅଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡେମ ପ୍ରତି ସେକେଣ୍ଡ ରେ ୯୮ କିୟୁବିକ ସେଟ୍ ଜଳ ନିଷ୍କାସନ ହେଉଥିବା ବେଳେ ଡେମ ଜଳରାଶି ରେ ୨୬୩.୪୪ ମିଟର ଜଳ ରହିଅଛି। ଜଳ ରାଶି ରେ ୨୭୧.୬୪୫ ମିଲିୟନ କିୟୁବିକ ମିଟର ଜଳ ରହିଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ସୋସାଇଟି ଫର ସୋସିଆଲ ସୋଲିଡାରିଟି (ସାମାଜିକ ଏକତା ପାଇଁ ସମାଜ ) ତରଫରୁ ଦୁଖୀ ଗରିବ କୁ ସୁଖିଲା ଖାଦ୍ୟ ବଣ୍ଟନ

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!