ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

କୋକସରା,୩୧/୭ // କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି (୫୫) ବୁଧବାର ପାହାନ୍ତାରୁ ସବୁଦିନ ଭଳି ଗାଧେଇ ଘରକୁ ଫେରିବା ବେଳେ ପୂର୍ବରୁ ଘର ନିକଟରେ ଛକି ରହିଥିବା ପଡୋଶୀ ଶ୍ରୀକର ପୁଞ୍ଜି (୬୦) ଏକ ଟାଙ୍ଗିଆରେ ବୃଦ୍ଧାଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ବୃଦ୍ଧା ଟଲି ପଡ଼ିଥିଲେ। ଟାଙ୍ଗିଆରେ ହାଣିବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା । ସଂପର୍କୀୟ ଲୋକେ ବୃଦ୍ଧାଙ୍କୁ କୋକସରା ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ ମୃତା ବୃଦ୍ଧାଙ୍କ ପୁତୁରା ଜଳନ୍ଧର ତାଣ୍ଡି କୋକସରା ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ପରେ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ସୂଚନା ମତେ ମୃତ ବୃଦ୍ଧା କାଳିନ୍ଦ୍ରୀ ତାଣ୍ଡିଙ୍କ ସ୍ୱାମୀ ଓ ପୁଅଙ୍କ ଦୀର୍ଘ ବର୍ଷ ହେବ ମୃତ୍ୟୁ ହୋଇଛି । ତାଙ୍କର ଝିଅ କାଉଡୋଳା ଗ୍ରାମରେ ବିବାହ ଦେବାପରେ ସେ ଗତ କିଛିବର୍ଷ ହେବ ଘରେ ଏକୁଟିଆ ରହୁଥିଲେ। ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଓ ମୃତ ବୃଦ୍ଧାଙ୍କ ଘର ସାମ୍ନାସାମ୍ନି ରହିଥିବା ବେଳେ ପୂର୍ବରୁ ବୃଦ୍ଧା ଓ ଅଭିଯୁକ୍ତଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ହୋଇଥିବା କାରଣକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଘଟଣା ପରେ ଅଭିଯୁକ୍ତ ଶ୍ରୀକର ପୁଞ୍ଜିକୁ କୋକସରା ପୁଲିସ ଗିରଫ କରିଛି ଓ ଏ ସଂକ୍ରାନ୍ତରେ କୋକସରା ଥାନା କେଶ ନମ୍ବର ୧୬୦/୨୪ ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରୀ ରୋନିତା ପ୍ରଧାନ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ

Related posts

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ 

Sunil Chandra Nayak

ବାଲିଗୁଡ଼ା: ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ

masiha

ଲକ୍ଷେ ଟଙ୍କା ଗୋଟିଏ ମୁଦି ଚୋରି ଘଟଣାରେ:୨ ଗିରଫ 

masiha

Leave a Comment

error: Content is protected !!