ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ରୋଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ 2 କଳା ପ୍ରଥମ ବର୍ଷ ପ୍ରବେଶିକା ଉତ୍ସବ ପାଳିତ 

ରୁପ୍ରା ରୋଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ 2 କଳା ପ୍ରଥମ ବର୍ଷ ପ୍ରବେଶିକା ଉତ୍ସବ ପାଳିତ 

ନର୍ଲା( ମସିହା ) ଓଡିଶା ସରକାର ଙ୍କ ଦ୍ୱାରା ସ୍ୱୀକୃତି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଯୁକ୍ତ 2 କଳା, ନୂତନ ଭାବରେ ପ୍ରାରମ୍ଭ ହୋଇ ଥିବା ବେଳେ ଆଜି ରୁ ପ୍ରା ରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯୁକ୍ତ 2 କଳା ପ୍ରବେଶିକା ଉତ୍ସବ ପାଳିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ ଭାରପ୍ରାପ୍ତ ଅଧକ୍ଷ୍ୟ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଧୀରେନ୍ଦ୍ର ଖେତାନ, ସୁମିତ ଅଗ୍ରୱାଲ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ | ଏହି ଅବସର ରେ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛତ୍ରୀ ମଧ୍ୟ ଯୋଗ ଦେଇ ଥିଲେ | ସୂଚନା ଯୋଗ୍ୟ ଯେ ଏହି ଯୁକ୍ତ 2 କଳା ପ୍ରଥମ ବର୍ଷ ରେ ମୋଟ 120 ଗୋଟି ସିଟ ପୂରଣ ହୋଇ ଯାଇଛି | ଏହି ଉତ୍ସବ ରେ ପ୍ରଥମ ବର୍ଷ ର ସମସ୍ତ ଛାତ୍ର ଛାତ୍ରୀ ନିଜ ଅବିଭାବକ ଙ୍କ ସହିତ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଯୁକ୍ତ 2 କଳା ରେ ଶିକ୍ଷା ଦାନ କରିବା ପାଇଁ ଚୟନ ହୋଇ ଥିବା 6ଜଣ ଅଧ୍ୟାପକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇ ଥିଲା | ସ୍କୁଲ କର୍ମଚାରୀ ଗିରିଧାରୀ ଭୋଇ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆ ଯାଇ ଥିଲା | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭୟ ଗଡ଼ତିଆ ଙ୍କ ନେତୃତ୍ୱ ରେ ଏବଂ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ କ୍ରମ ସୁରୁ ଖୁରୁ ରେ ହୋଇ ଥିଲା |

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ବିପର୍ଜୟ ସମୟରେ ପ୍ରଭାବିତ ଅଞ୍ଚଳ ରେ ବନ୍ୟା ଜଳ ଉଦ୍ଧାର ସମ୍ପର୍କିତ ଟେବୁଲ୍ ଟପ୍ ଏକ୍ସରସାଇଜ  ମୁଣ୍ଡଳି କଟକ ରୁ ଆସିଥିବା ଏନ୍ ଡି ଆର୍ ଏଫ୍ ର ଯୋଗଦାନ ଓ ପ୍ରଦର୍ଶନ

ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ମୋହନଗିରି ରେ ବ୍ରାହ୍ମଣ ସମାଜର ନୂତନ କମିଟି ଗଠନ

masiha

Leave a Comment

error: Content is protected !!