ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଫେସର ସ୍ବର୍ଗତ ପ୍ରହଲ୍ଲାଦ ପଣ୍ଡାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ- ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପ୍ରସ୍ତାବ ଗୃହିତ

ପ୍ରଫେସର ସ୍ବର୍ଗତ ପ୍ରହଲ୍ଲାଦ ପଣ୍ଡାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ-

ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପ୍ରସ୍ତାବ ଗୃହିତ

ବ୍ରହ୍ମପୁର, 02-08 // ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଅର୍ଥ ନୀତିର ପ୍ରଫେସର ସ୍ବର୍ଗତ ପ୍ରହଲ୍ଲାଦ ପଣ୍ଡାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା ଗଂଜାମ ଜିଲ୍ଲା ବିକାଶ ପରିଷଦ ତରଫରୁ ବ୍ରହ୍ମପୁର ଉତ୍କଳ ଆଶ୍ରମ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ନବୀନ ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ମୁଖ୍ଯ ଅତିଥି ରୂପେ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଦକ୍ଷିଣ ଓଡ଼ିଶା ପ୍ରତି ସମସ୍ତ ସରକାରଙ୍କ ଅବହେଳାକୁ ସମାଲୋଚନା କରିଥିଲେ ଏବଂ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ।ମାନବ ଅଧିକାର ସୁରକ୍ଷାର ଆବାହକ ଅବନୀ କୁମାର ଗୟା ନିଜ ବକ୍ତବ୍ଯରେ ସ୍ବର୍ଗତ ପ୍ରଫେସର ପଣ୍ଡାଙ୍କ ଜୀବନ ଦର୍ଶନ ଓ ଗଂଜାମ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ତାଙ୍କର ଆତ୍ମୀୟତା ,ଯୁବ ସମାଜକୁ ପଥ ଭ୍ରଷ୍ଟରୁ କ୍ଷାନ୍ତ ରହିବା ପାଇଁ ପରାମର୍ଶ ଏବଂ ଦକ୍ଷିଣ ଓଡ଼ିଶାର ଉନ୍ନତି ପାଇଁ ରାଜନୈତିକ ଉଦ୍ଯମ ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିବା ସ୍ମୃତିଚାରଣ କରିଥିଲେ।ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣା ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କର ଜନ୍ମ ମାଟି ଗଣ୍ଡଳା ଗ୍ରାମରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।ଅନ୍ଯମାନଙ୍କ ମଧ୍ଯରେ ଶିକ୍ଷକ ମହାସଂଘ ର ସଂପାଦକ ଅଶୋକ କୁମାର ଦଳାଇ ଶିକ୍ଷାବିତ୍ ଶ୍ଯାମସୁନ୍ଦର ଖାଡ଼ଙ୍ଗା,ପ୍ରଶାନ୍ତ ମହାରଣା ( ବିଶ୍ବଦେବ),ପ୍ରୀତିଶ ପାଣିଗ୍ରାହୀ,ମାନସ ରଂଜନ ପାତ୍ର ,ଶିବ ପ୍ରସାଦ ମିଶ୍ର,ହାଡିବନ୍ଧୁ ମାଳି ପ୍ରମୁଖ ଉଦବୋଧନ ଦେଇ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପ୍ରସ୍ତାବକୁ ସମର୍ଥନ କରିଥିଲେ।ଶେଷରେ ସଂପାଦକ ସଂଜୀବ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବାହାରର ଟିପ୍ପର ଆରଏସପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

masiha

ଅନୁଷ୍ଠିତ ହେଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!