ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ପ୍ରବଳ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

ଧର୍ମଗଡ ରେ ପ୍ରବଳ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

ଧର୍ମଗଡ଼ ସହର ଆଜି ପ୍ରବଳ ବର୍ଷା ଜାରୀ ରହିଛି। ପ୍ରବଳ ବର୍ଷା ଯୋଗୁଁ ଏସ ଟି ସ୍କୁଲ ଛକରେ ପୁଣି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନ୍ ଏଚ୍ ବିଭାଗ ର ତ୍ରୁଟିପୂର୍ଣ୍ଣ ଡ୍ରେନ ବ୍ୟବସ୍ଥା ଓ ଧର୍ମଗଡ ଏନ ଏ ସି କର୍ତ୍ତୃପକ୍ଷ ଙ୍କ ଉଦାସୀନତା ଯୋଗୁଁ ବାରମ୍ବାର ଉକ୍ତ ଛକରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଥିବା ଅନେକ ଡ୍ରେନ୍ ଠିକ ଭାବେ ଜଳ ନିଷ୍କାସନ ହୋଇ ନ ପାରିବାରୁ ଧର୍ମଗଡ ସହରର କେନ୍ଦ୍ରସ୍ଥଳୀ କୁହା ଯାଉଥିବା ଏସ ଟି ସ୍କୁଲ୍ ଛକ ଠାରେ ଆଣ୍ଠୁଏ ପାଣି ଜମା ହୋଇ ରହିବା ସହ ନିକଟସ୍ଥ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ବର୍ଷାଜଳ ପଶି ଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ଅଧିକାରୀ ଏପର୍ଯ୍ୟନ୍ତ ଉକ୍ତ ସ୍ଥାନ କୁ ନ ଆସିବା ଦୁର୍ଭାଗ୍ୟ ଜନକ ବୋଲି ଜଗନ୍ନାଥ ସେବା ସମିତି ର ଅଧକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ କ୍ଷୋଭ ପ୍ରକାଶ କରିଛନ୍ତି।

ଚାରୋଟି ଡ୍ରେନ ରେ ପାଣି ଏସ ଟି ସ୍କୁଲ ଛକ କୁ ଆସୁଛି କିନ୍ତୁ ଗୋଟିଏ ସଂକୀର୍ଣ୍ଣ ଡ୍ରେନ ରେ ପାଣି ନିଷ୍କାସନ ହୋଇପାରୁନାହିଁ l ଏନ୍ ଏଚ୍ ବିଭାଗ ଓ ଏନଏସି କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଏହି ସମସ୍ୟା ର ସମାଧାନ ହୋଇ ପାରୁ ନାହିଁ।ଏଠାରେ ଥିବା ଡ୍ରେନରେ ପାଣି ନିଷ୍କାସିତ ହୋଇ ନ ପାରି ସ୍ଥାନେ ସ୍ଥାନେ ଢାଙ୍କୁଣି ନଥିବାରୁ ଜଳ ଜମି ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ଏହା ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ କୁ ଆମନ୍ତ୍ରଣ କରୁଛି। ପୁନଶ୍ଚ ଏହି ମୁକୁଳା ଡ୍ରେନ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି। ଏ ସମ୍ପର୍କରେ ବିଭିନ୍ନ ସମୟରେ ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ କରାଯାଇ ଥିଲେ ହେଁ କୌଣସି ପ୍ରତିକାର କିମ୍ବା ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ପ୍ରଜାକୋର୍ଟ ରେ ଦଣ୍ଡ ଘଟଣା ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

masiha

କଳେଇପୋଷ ଧର୍ମ କଣ୍ଟା ଦୁଇ ଶହ ମିଟର ରାସ୍ତା ପାଲଟିଛି ମରଣାନ୍ତକ 

Sunil Chandra Nayak

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

masiha

Leave a Comment

error: Content is protected !!