ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱିତୀୟ ଥର ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

ଦ୍ୱିତୀୟ ଥର ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

କ୍ଷମତା ସାମ୍ନାରେ ସବୁ ସମ୍ଭବ

ଜୁନାଗଡ଼ ୯/୮(ମନୀସ)କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସିରେ ଶୁକ୍ରବାର ଦ୍ୱିତୀୟଥର ପୁଣି ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଛି। ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ୍‌ ଗ୍ରହଣ କରାଯିବାର ରହିଥିଲା। ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ନ ଆସିବାରୁ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ଏବେ କଳାହାଣ୍ଡି ଜିଲାପାଳ ଦାୟିତ୍ୱରେ ରହିଥିବାରୁ ସେ ଆସି ପାରି ନ ଥିବା ସ୍ଥାନୀୟ ଇଓ ପ୍ରମୋଦ କୁମାର ଖିଲୋ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧ ତାରିଖ ମଧ୍ୟ ଏଠାରେ ଅନାସ୍ଥା ଭୋଟ ହେବାର ଥିଲା। ହେଲେ ଉକ୍ତ ଦିନ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ତ୍ରିଲୋଚନ ପାତ୍ର ସ୍ବାସ୍ଥ୍ୟାବସ୍ଥା କାରଣରୁ ଆସି ନ ଥିଲେ। ଯାହାଫଳରେ ସେହି ଦିନ ମଧ୍ୟ ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଥିଲା। ୨ ଥର ଏପରି ବ୍ୟତିକ୍ରମକୁ ନେଇ ସ୍ଥାନୀୟ ବିଜେଡି କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ଗଣତାନ୍ତ୍ରିକ ପଦ୍ଧତିକୁ ଜିଲା ପ୍ରଶାସନ ଏପରି ଅବହେଳା କରି ହତ୍ୟା କରୁଛି ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଜୁନାଗଡ଼ ଏନ୍‌ଏସିର ମୋଟ୍‌ କାଉନସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ଭାଜପାର ମାତ୍ର ୨ ଜଣ କାଉନସିଲର ରହିଛନ୍ତି। ଯାହାଫଳରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି କାଉନସିଲରଙ୍କ ସଂଖ୍ୟା ଅଧିକ ରହିଥିବାରୁ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶଙ୍କ ବିପକ୍ଷରେ ଭୋଟ୍‌ ଯିବାର ଆଶଙ୍କା ରହିଥିଲା। ହେଲେ ଦ୍ୱିତୀୟ ଥର ପୁଣି ଅନାସ୍ଥା ପ୍ରସ୍ତାବ ଭୋଟ ସ୍ଥଗିତ ହୋଇଥିବାରୁ କ୍ଷମତା ସାମ୍ନାରେ ସବୁ ସମ୍ଭବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଦ୍ଵାଦଶ ତମ ମହୋତ୍ସବ

masiha

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଦିବସ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ୱାଇଏମଏଫଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରେ ଆଲୋଚନାଚକ୍ର

masiha

Leave a Comment

error: Content is protected !!