ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଧାୟକ ଙ୍କ ଉଦ୍ୟମରେ  ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ନିୟମିତ

ଧର୍ମଗଡ ବିଧାୟକ ଙ୍କ ଉଦ୍ୟମରେ 

ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ନିୟମିତ

ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଷୀ ଙ୍କ ଉଦ୍ୟମ ଓ ଅନୁରୋଧ କ୍ରମେ ଧର୍ମଗଡ଼ ସହରରୁ ତିନୋଟି ନୃତନ ଆନ୍ତଃରାଜ୍ୟ ଏସି ଭଲ୍ ବୋ ବସ ସେବା ସହିତ ପୁରୀ ଜଗନ୍ନାଥ ଏକ୍ସପ୍ରେସ କୁ ନିୟମିତ କରିବା ପାଇଁ ମାନ୍ୟବର ବିଧାୟକ ଧର୍ମଗଡ଼ ର ସମାଜସେବୀ ଶ୍ରୀ ହୃଷୀକେଶ ମିଶ୍ରଙ୍କ ସହ ନିକଟରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରି ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ଥିବା ପରିବହନ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଙ୍କୁ OSRTC ସହ କଥାବାର୍ତ୍ତା କରି ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପରିବହନ ଭବନ ଠାରେ ବିଧାୟକ OSRTC ର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ଭେଟି କଳାହାଣ୍ଡି ଜିଲ୍ଲାର କୋକସରା ଠାରେ ନୃତନ ବସ ଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ କୁ ତ୍ଵରାନିତ କରିବା ସଙ୍ଗେ ସଙ୍ଗେ, ବସ ରୁଟ ଓ ସମୟ ର ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଧର୍ମଗଡ଼ରୁ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା, ଛତିଶଗଡ ର ରାୟପୁର ଓ ଓଡ଼ିଶା ର ବ୍ରହ୍ମପୁର ସହରକୁ ଏସି ବସ ସେବା ଆରମ୍ଭ କରିବା ପାଇଁ OSRTC CMD ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। 

ବିଧାୟକଙ୍କ ଅନୁରୋଧରେ ଆଜି ଠାରୁ ଧର୍ମଗଡ ଠାରୁ ପୁରୀ ପର୍ଯ୍ୟନ୍ତ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ ହୋଇଛି। ଏହା ପୂର୍ବରୁ ଏହି ବସ୍ ଦିନେ ଛାଡ଼ି ଦିନେ ପୁରୀ ଯାଉଥିଲା।ଏଥର ଧର୍ମଗଡ ଅଞ୍ଚଳବାସୀ ମାନେ ନିୟମିତ ସିଧାସଳଖ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଦର୍ଶନ କରିବା ସହ ଅନ୍ୟାନ୍ୟ ଆଧ୍ୟାତ୍ମିକ ରୀତିନୀତି ସଂପନ୍ନ କରିପାରିବେ।

ସୂଚନାଯୋଗ୍ୟ ଯେ, ଧର୍ମଗଡ ସହର ରୁ ପୁରୀ ପାଇଁ ସିଧାସଳଖ କୌଣସି ବସ୍ ନ ଥିବାରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅନ୍ୟାନ୍ୟ ଆଧ୍ୟାତ୍ମିକ ରୀତିନୀତି ସମ୍ପନ୍ନ ପାଇଁ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ଧର୍ମଗଡ ରୁ ପୁରୀ ଏକ ସ୍ୱତନ୍ତ୍ର ବସ ଯୋଗାଇଦେବା ଦାବୀ କରି ଆସୁଥିଲେ। ଆଜି ଧର୍ମଗଡ ଅଞ୍ଚଳବାସିଙ୍କ ଦାବୀ ପୂରଣ ହୋଇଛି ଓ ଧର୍ମଗଡ ରୁ ଶ୍ରୀକ୍ଷେତ୍ର ଧାମ ପୁରୀ କୁ ଆଜି ଠାରୁ ବସ୍ ନିୟମିତ ଚାଲିଲା। ଉକ୍ତ ସୁପର ଲକ୍ ଜୁରୀ ଜଗନ୍ନାଥ ଏକ୍ସପ୍ରେସ ଭୋଲଭୋ ବସ ଧର୍ମଗଡ ରୁ ସନ୍ଧ୍ୟା ଘ ୭.୩୦ମିନିଟ ରେ ବାହାରି ଭବାନୀପାଟଣା, ମଦନପୁର ରାମପୁର, ଫୁଲବାଣୀ , ନୟାଗଡ, ଭୁବନେଶ୍ଵର ଦେଇ ପୁରୀ ରେ ସକାଳେ ପହଞ୍ଚିବ ଏଵଂ ପୁରୀ ରୁ ସନ୍ଧ୍ୟା ୮ଘଣ୍ଟା ସମୟରେ ବାହାରି ସକାଳ ଘ ୭.୩୦ମି ସମୟରେ ଧର୍ମଗଡରେ ପହଞ୍ଚିବ।

ଧର୍ମଗଡ ଅଞ୍ଚଳ ବାସୀଙ୍କ ବହୁ ପ୍ରତିକ୍ଷୀତ ସ୍ବପ୍ନ ପୂରଣ ହୋଇ ଥିବାରୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟ ଯୋଷୀ ଙ୍କୁ ଅଞ୍ଚଳବାସି କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

masiha

୭୭ତମ ବନ ମହୋତ୍ସବ ସପ୍ତାହ, ୨୦୨୬,  ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!