ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଓଜନ ଉତ୍ସବ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ଓଜନ ଉତ୍ସବ ପ୍ରସ୍ତୁତି ବୈଠକ

 ଭବାନୀପାଟଣା ତା ୧୦.୮.୨୦୨୪ // କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ପର୍ଯ୍ୟାୟ ଓଜନ ଉତ୍ସବର ପ୍ରସ୍ତୁତି ବୈଠକ ଗତକାଲି ତା୦୯.୦୮.୨୪ରିଖ ଦିନ ଜିଲ୍ଲା ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି । ଜନ୍ମରୁ ଛଅ ବର୍ଷର ଶିଶୁ ମାନଙ୍କ ପୁଷ୍ଟିକର ସ୍ଥିତିର ନିୟମିତ ନିରୀକ୍ଷଣକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ଅଗଷ୍ଟ ମାସ ୧ ତାରିଖ ଠାରୁ ଅନୁଷ୍ଠାନିକ ଭାବେ ପ୍ରଚଳିତ କରାଯାଇଅଛି । ଜିଲ୍ଲାରେ ଥିବା ପୁଷ୍ଟିହୀନ ଶିଶୁ ମାନଙ୍କୁ ଚିହ୍ନଟକରି ସଠିକ ସମୟରେ ଚିକିତ୍ସା ଏବଂ ଗୋଷ୍ଠୀସ୍ତରରେ ସେବାଯତ୍ନ ଯୋଗାଇଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହା ବ୍ୟତିତ ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳର ଶିଶୁ ମାନଙ୍କ ସତ ପ୍ରତିଶତ ଓଜନ ଓ ଉଚ୍ଚତା ଆକଳନ କରିବାକୁ ଏହି କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ଵ ଦିଆଯାଉଅଛି । ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଚାୟତିରାଜ ସଦସ୍ୟ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀଙ୍କ ସହାୟତାରେ ଅଗଷ୍ଟ ୨୦ ତାରିଖ ମଧ୍ୟରେ ସମସ୍ତ ୬ ବର୍ଷରୁ କମ ବୟସର ଶିଶୁ ମାନଙ୍କ ଶାରୀରିକ ବୃଦ୍ଧି ଆକଳନ ଓ ରେକର୍ଡ କରିବା, ସେହିଦିନ ଉକ୍ତ ତଥ୍ୟକୁ ପୋଷଣ ଟ୍ରାକରରେ ଭରିବା ସହିତ ବିଶିଷ୍ଟ ବର୍ଗରେ ଥିବା ଶିଶୁ ମାନଙ୍କୁ ଚିହ୍ନଟକରି ଉଦ୍ଦିଷ୍ଟ ପୁଷ୍ଟି ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ କରିବା ଓ ସେବା ଯୋଗାଇଦେବା ଏହି ଅଭିଯାନର ମୁଖ୍ୟ ଆକର୍ଷଣ ଅଟେ । ଜିଲ୍ଲା ପ୍ରଶାସନ କଳାହାଣ୍ଡି ଅଧୀନସ୍ଥ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ସୁଚେତା ପାଣି, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ପାଦକ ସୁଭଗୌତମ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶଇଲେନ୍ଦୁ ମହାପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମୁଜିବୁନ୍ ନିଶା, ଜିଲ୍ଲା କୃଷି ବିଭାଗରୁ ପ୍ରତିନିଧି, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ପଞ୍ଚୟତ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜକୁମାର ବେହେରା, ଜିଲ୍ଲା ମିଶନ ଶକ୍ତି କାର୍ଯ୍ୟକ୍ରମରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମ୍ରିତ ପାଢୀ, ଜିଲ୍ଲା ଶିକ୍ଷା ବିଭାଗରୁ ପ୍ରତିନିଧି କମିଟି ସଦସ୍ୟ ଭାବେ ଯୋଗଦେଇଥିଲେ । ଏମାନଙ୍କ ବ୍ୟତିତ ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ପ୍ରୋଗ୍ରାମ ଅଫିସର ନମିତାରାଣୀ ପଲ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ଵନାଥ ଦାଶ, ପୋଷଣ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ଜିଲ୍ଲା ସଂଯୋଜକ ଅଜୟ ବିହାର, ବାଲ୍ୟ ବିବାହ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଥିବା ଜିଲ୍ଲା ପରାମର୍ଶ ଦାତା ଦିବ୍ୟରଞ୍ଜନ ଯୋଷି, ଏନ.ଜି.ଓ ପ୍ରତିନିଧି ଏବଂ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସ୍ଥଳେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ଵନାଥ ଦାଶ ଓଜନ ଉତ୍ସବ ଅଭିଯାନର ଲକ୍ଷ୍ୟ ଉଦ୍ଦେଶ୍ୟ ତଥା ଜିଲ୍ଲା ତରଫରୁ ନିଆଯାଇଥିବା ପଦକ୍ଷେପ ଗୁଡିକୁ ଉପସ୍ଥାପନ କରିଥିଲେ ଓ ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଦ୍ରୌପଦୀ କହଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିସଭା 

masiha

ଇଟା ବାଲି ପଥର ପଡିଛି କାମ କରିବା ପାଇଁ ମିସ୍ତ୍ରୀ ମଜୁରିଆ ମାନେ ମିଳୁ ନାହାନ୍ତି

Sunil Chandra Nayak

ବାଇକ ଧକ୍କାରେ ବାପ ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

Sunil Chandra Nayak

Leave a Comment

error: Content is protected !!