ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଆଉଟ ସୋର୍ସଙ୍ଗ କର୍ମଚାରୀ ମହାସଂଘ ର ଜରୁରୀ ବୈଠକ

କଳାହାଣ୍ଡି ଆଉଟ ସୋର୍ସଙ୍ଗ କର୍ମଚାରୀ ମହାସଂଘ ର ଜରୁରୀ ବୈଠକ

ଆଦ୍ୟ ତା-11/08/2024ରିଖ ସମୟ ସକାଳ 10.00 ଘଟିକା ଅମଲା ଭବନ ଭବାନୀପାଟଣା ଠାରେ ଓଡିଶା ଆଉଟ ସୋର୍ସଙ୍ଗ କର୍ମଚାରୀ ମହାସଂଘ, କଳାହାଣ୍ଡି ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି!

ଏହି ବୈଠକରେ ସଭାପତି ଶ୍ରୀ ସୁଜିତ୍ କୁମାର ବିଶ୍ବାଳ ସଭାପତିତ୍ଵ କରିଥିଲେ | ସଭାରେ କଳାହାଣ୍ଡି ଜିଲ୍ଲା ର 13 ଟି ବ୍ଲକ ରୁ ସମସ୍ତ ଆଉଟ ସୋର୍ସଙ୍ଗ କର୍ମଚାରୀ ବୈଠକରେ ଯୋଗ ଦେଇଥିଲେ। ଶ୍ରୀ ବିଶ୍ବାଳ ପ୍ରଥମେ କଳାହାଣ୍ଡି ଜିଲ୍ଲାରେ କିପରି ଭାବରେ ସଂଘ କୁ ମଜବୁତ୍ କରିବା ସେ ବିଷୟରେ ଅବଗତ କରିଥିଲେ! ଶ୍ରୀ ବିଶ୍ବାଳ କହିଥିଲେ କି ବ୍ଲକ ସ୍ତର କୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ଜୁଟ ହୋଇ ସଂଘ ପାଇଁ କାମ କରି କରିବା। ଶ୍ରୀ ବିଶ୍ବାଳ ପ୍ରଥମେ କଳାହାଣ୍ଡି ଜିଲ୍ଲା ସଂଗଠନର ନୂତନ କର୍ମକର୍ତା ଚୟନ ପାଇଁ ପ୍ରସ୍ତାବ ଦେଇଥିଲେ! ଉପ ସଭାପତି ଶ୍ରୀ ଅବକାଶ ଠାକୁର, ସଭାପତି ଶ୍ରୀ ସୁଜିତ୍ କୁମାର ବିଶ୍ବାଳ, ସମ୍ପାଦକ ଶ୍ରୀ ବିନୟ ପାତ୍ର ଓ କୋଷାଧ୍ୟକ୍ଷ ଶ୍ରୀ କୈଳାଶ ଚନ୍ଦ୍ର ବଣୁଆଙ୍କୁ ନୁଆଙ୍କୁ ପ୍ରସ୍ତାବ ଦେ ଦେଇଥିଲେ । ଏହି ପ୍ରସ୍ତାବ ରେ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ପୂର୍ଣ୍ଣ ମାତ୍ରାରେ ସମର୍ଥନ ଦେଇ କରତାଳି ସହିତ ସ୍ବାଗତ ସ୍ବାଗତ ଜଣାଇଥିଲେ ପରିଶେଷରେ ସଭାରେ ରାଜ୍ୟ କମିଟି ତଥା ଆମ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଦୀପ ରଞ୍ଜନ ପାଣି ସମସ୍ତଙ୍କୁ ଉତ୍ସ ଉତ୍ସାହିତ କରିଥିଲେ । ମହିଳାଙ୍କ ସମସ୍ତ ସମସ୍ୟା କୁ ଦୃଷ୍ଟିରେ ରଖ୍ ଲକ୍ଷ୍ମୀ ଜେନା ଓ ସହ‌ଯୋଗୀ ଭାବରେ ସାଗରିକା ପଣ୍ଡାଙ୍କୁ ସଂଘ ର ମହିଳା ନେତ୍ରୀ ଭବରେ ନିର୍ବାଚନ କଲେ । ସଂଘ ତରଫରୁ ଆଉଟ ସୋର୍ସଙ୍ଗ ଉଚ୍ଛେଦ ଓ ନିୟମିତ କରିବା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ସୋସିଆଲ ମିଡିଆ ରେ ହେବାକୁ ଥ‌ିବା ଆନ୍ଦୋଳନ ଜାରି ରଖୁବା ଉପରେ ବିଶେଷ ଗୁରୁତ୍ବ ଦିଆଗଲା । ଆମ ଦାବି ଗୁଡିକ ସରକାର ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ସଂଘ ତରଫରୁ ନିଷ୍ପତ୍ତ ନିଆଗଲା ।

ପରିଶେଷରେ ସଂଘ ର ସମ୍ପାଦକ ଶ୍ରୀ ବିନାୟକ ପାତ୍ର ଉପସ୍ଥିତ ସମସ୍ତ ଆଉଟ ସୋର୍ସଙ୍ଗ କର୍ମ ଚାରି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି କରିଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ୩ ମୃତ ୬ ଗୁରୁତ୍ୱର

masiha

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

ଚନ୍ଦାହାଣ୍ଡିଠାରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!