ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା , ଦେଶପ୍ରେମ ଧ୍ୱନି ରେ ସହର ମୁଖରିତ 

ନୂଆପଡା ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା , ଦେଶପ୍ରେମ ଧ୍ୱନି ରେ ସହର ମୁଖରିତ 

ନୂଆପଡା, // ସମଗ୍ର ଦେଶରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ ହେଉଛି l ଆମ ରାଜ୍ୟରେ ମଧ୍ୟ ପ୍ରତି ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆଜି ନୂଆପଡା ସଦର ମହକୁମାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ନେତୃତ୍ୱରେ ଶହସ୍ରାଧିକ ଛାତ୍ରଛାତ୍ରି, ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜନସାଧାରଣ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ରେ ସହର ପରିକ୍ରମା କରିଥିଲେ l ସ୍ଥାନୀୟ ଷ୍ଟାଡ଼ିଅମ ପଡିଆରୁ ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ସେଠାରୁ ଏହି ରାଲି ଭାରତ ମାତା ଏବଂ ଆମ ପ୍ରିୟ ଜାତୀୟ ପତାକା ତ୍ରିରଙ୍ଗା ର ଜୟଧ୍ୱନି ଦେଇ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଏକତା ଛକ ପର୍ଯ୍ୟନ୍ତ ଯାଇ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଆସିଥିଲା l ଏହି ସମୟରେ ଦେଶପ୍ରେମ ଧ୍ୱନି ରେ ଗଗନ ପବନ ମୁଖରିତ ହୋଇଉଠି ଥିଲା l ସେଠାରେ ସେମାନେ ହର ଘର ତ୍ରିରଙ୍ଗା ସେଲ୍ଫି ପଏଣ୍ଟ ରେ ଫୋଟୋ ଉଠାଇ ତ୍ରିରଙ୍ଗା ୱେବ ସାଇଟ ରେ ଅପଲୋଡ଼ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ମୁଖ୍ୟାଳୟରେ ଥିବା ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ,ମହିଳା,ସାମ୍ବାଦିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗଦେଇ ତ୍ରିରଙ୍ଗା ଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ l ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଏହି ବିଶାଳ ଭବ୍ୟ ଶୋଭାଯାତ୍ରା ଛାତ୍ରଛାତ୍ରୀ ତଥା ଜିଲ୍ଲାବାସୀଙ୍କ ହୃଦୟରେ ଦେଶପ୍ରେମ ଭାବନାକୁ ଆହୁରି ମଜଭୁତ କରିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

masiha

ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ୭୪ ତମ ବନ ମହୋତ୍ସବ ପାଳିତ

ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ତଦନ୍ତ, କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!