ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗରରେ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜନଗରରେ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜନଗର-14.8.024 ଦେଶରେ ଏଵେ 78 ତମ ସ୍ବାଧୀନତା ଦିବସ ପାଳନ ହେଵାକୁ ଯାଉଛି।ତ୍ରୀରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଲୋକଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ପାଇଁ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଆଜି ତ୍ରୀରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଈଛି।ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଦର ମହକୁମାରେ ବିଡିଓ ନିଶାନ ମିଶ୍ରଙ୍କ ନେତୃତ୍ଵରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ରାଜନଗର ଗ୍ରାମ ଓ ଵଜାର ଦେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଁଞ୍ଚି ଥିଲା।ସେଠାରେ ମହାତ୍ମା ଗାନ୍ଧିଙ୍କ ପ୍ରତି ମୂର୍ତ୍ତିରେ ପୂଷ୍ପ ମାଲ୍ୟ ଦେଈ ସମ୍ବିଧାନ ପ୍ରଣେତା ଡ.ଭିମାରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଵିଡିଓଙ୍କ ସମେତ ତହସିଲଦାର ଅଜୟ କୁମାର ମହାନ୍ତି,ଡକ୍ଟର ରଶ୍ମୀରଞ୍ଜନ ମହାନ୍ତି ଯୋଗ ଦେଇଥିବା ଵେଳେ ବ୍ଲକର ସହକାରୀ ଯନ୍ତ୍ରୀ,ଜିପିଓ,ଏଵଂ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।ରାଜନଗର ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟା ,ୱାଡ ସଭ୍ୟ/ସଭ୍ୟା,ପଞ୍ଚାୟତ କାର୍ଯ୍ୟ ନିର୍ଵାହି ଅଧିକାରୀ ମାନେ,ମିଶନ ଶକ୍ତି ବ୍ଲକ କୋ ଅଡିନେଟର,ସିଡିପିଓ,ମହିଳା ମଣ୍ଡଳ,ସ୍କୁଲ ଛାତ୍ରଛାତ୍ରୀ ମାନେ ସାମିଲି ହୋଇ ହର ଘର ତ୍ରୀରଙ୍ଗା ଶୋଭା ଯାତ୍ରାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଅପର ପକ୍ଷରେ ବ୍ଲକ ଅଧ୍ୟକ୍ଷା ପ୍ରତୀଭା ପାତ୍ରଙ୍କୁ ବିଡିଓ ଜଣାଇଥିଲେ ମଧ୍ୟ ଏତେ ଵଡ ଜାତୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବା ସହ ତାଙ୍କର କାଣ୍ଡିଆଳ ମାନେ ମଧ୍ୟ ଆସି ନଥିଲେ।ପ୍ରକାଶ ଥାଉକି ଆଗରୁ ବ୍ଲକରେ କିଛି ସରକାରୀ କାର୍ଯ୍ୟକ୍ରମ ହେଲେ ନିଜ ଦଳ ଅଫିସ ଭାବି ବହୁ ଜନ ପ୍ରତିନିଧି ଵିନା ନିମନ୍ତ୍ରଣରେ ଆଗଭର ହୋଇ ସରକାରୀ ଅଧିକାରୀଙ୍କୁ ପଛର ପକାଇ ନିଜେ ସଵୁ ନିର୍ଦ୍ଦଶ ଦେଇ କାର୍ଯ୍ୟ କରି ଆସୁଥିଲେ।ଏଵେ କଣ ହୋଇଗଲା ଯେ,ଆଜି ଏତେଵଡ ଜାତୀୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଓ ଲୋକ ପ୍ରତିନିଧିଙ୍କୁ ଦେଖିବାକୁ ମିଳିନଥିବା ନେଇ ମାମଲତି ଵନ୍ଦ ହୋଇଗଲା ବୋଲି ଆଜି ଵଜାର ଵ୍ଲକର ଏହି କାର୍ଯ୍ୟକ୍ରମ ସ୍ଥାନରେ ଚର୍ଚ୍ଚା ଯୋର ଧରିଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଓକିଲ ସଂଘ ନିର୍ବାଚନ : ୨ ପଦବୀରେ ପ୍ରାର୍ଥୀତ୍ଵ ପ୍ରତ୍ୟାହାର 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ରେ”ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ଚାରା ରୋପଣ 

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!