ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଛିପୁର ହାଇସ୍କୁଲ ପାଳନ କଲା ୭୮ତମ ସ୍ବାଧୀନତା ଦିବସ

ନଛିପୁର ହାଇସ୍କୁଲ ପାଳନ କଲା ୭୮ତମ ସ୍ବାଧୀନତା ଦିବସ

ବାଲେଶ୍ଵର,୧୫/୮/୨୪- ବାଲେଶ୍ଵର ଜିଲ୍ଲା ଖଇର ବ୍ଲକ ପଳସା ପଞ୍ଚାୟତ ନଛିପୁର ଗ୍ରାମରେ ଥିବା ନଛିପୁର ହାଇସ୍କୁଲ ପାଳନ କରିଛି ୭୮ତମ ସ୍ବାଧୀନତା ଦିବସ । ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ପତ୍ରୀ ପତାକା ଉତ୍ତୋଳନ କରିଥିଲେ । ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ଏସ ଏମ ସି ମେମ୍ବର, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ପ୍ରଭାତ ଫେରି ପରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ସେଠୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପରେ ପରେ ପ୍ରଧାନ ଶିକ୍ଷକ ଶ୍ରୀ ପତ୍ରୀ ପତାକା ଉତ୍ତୋଳନ କରିଥିଲେ । ପରେପରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ଚଳିତ ବର୍ଷ ଶିଶୁ ଦିବସରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପତ୍ରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଜାତୀୟ କନ୍ୟା ସନ୍ତାନ ଦିବସ  ପାଳିତ

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!