ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପାଳନ

କୋକସରା ବ୍ଲକ ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପାଳନ

କୋକସରା,୧୫/୦୮ // ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ । ଏହି ଦିବସକୁ ହର୍ଷ ଓ ଉଲ୍ଲାସର ସହ ଦେଶବାସୀ ପାଳନ କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ବଜାର ପଡିଆରେ ହର୍ଷ ଓ ଉଲ୍ଲାସର ସହ ପାଳନ କରାଯାଇଛି। କୋକସରା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ନିଜ ନିଜ ଶିକ୍ଷାନୁଷ୍ଠାନରୁ ପତାକା ଉତ୍ତୋଳନ କରି ପେରେଡ଼ରେ ସହର ପରିକ୍ରମା କରି ବ୍ଲକ ସ୍ତରୀୟ ବଜାର ପଡିଆରେ ପହଞ୍ଚି ଥିଲେ। ୭୮ ତମ ସ୍ଵାଧୀନତା ଦିବସର ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉପସ୍ଥିତ ରହିଥିବା ବେଳେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜ ଅଭିଭାଷଣରେ ବ୍ଲକର ସାମୁହିକ ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରେ ବ୍ଲକର କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି, ଜବାହାର ଉଚ୍ଚ ବିଦ୍ୟାଳୟ ଏନସିସି, ଆଦର୍ଶ ବିଦ୍ୟାଳୟ, ଏଲ.ନିଶି ଇଂଲିଶ ମିଡିୟମ ସ୍କୁଲ,ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ପ୍ୟାରେଡ଼ ପ୍ରଦର୍ଶିତ କରିଥିଲେ।ଏହାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବ୍ଲକର ଜଣେ ଯୁବ ଚାଷି ସୁଧାଂଶୁ ଶେଖର ଦାସଙ୍କୁ ଉନ୍ନତ ଚାଷ କ୍ଷେତ୍ରରେ ସଫଳ ଚାଷି ଭାବେ ବ୍ଲକ ପ୍ରଶାସନ ପକ୍ଷରୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ୟାରେଡ଼ରେ ଡିଗ୍ରୀ ମହାବିଦ୍ୟାଳୟ ଏନସିସି ୟୁନିଟ ପ୍ରଥମ, ଜବାହାର ଉଚ୍ଚ ବିଦ୍ୟାଳୟ ଏନସିସି ୟୁନିଟ ଦ୍ଵିତୀୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଥମ ଓ ସରସ୍ୱତୀ ଶିଶୁ ମନ୍ଦିର ଦ୍ଵିତୀୟ ହୋଇଥିଲେ। ୭୮ ତମ ସ୍ୱାଧୀନତା ଦିବସକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଓ ଶିଶୁ ମନ୍ଦିର ଗୁରୁଜୀ ଧର୍ମରାଜ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ କର୍ମଚାରୀ ସମସ୍ୟା :କିନ୍ତୁ ବଦଳି ଆଦେଶ ବାହାରିବା ପରେ ବିନା ରିଲିଭର ରେ ରିଲିଭ କରୁଛନ୍ତି ଥିବା କର୍ମଚାରୀଙ୍କୁ

Sunil Chandra Nayak

ଚିଚିଆ ଗାଁ ରେ ଜଣେ ଯୁବକ ଙ୍କ ଆତ୍ମହତ୍ୟା 

masiha

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

Leave a Comment

error: Content is protected !!