ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ମୁନିସିପାଲିଟିର ଶୌଚାଳୟ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି

ଯୋଡ଼ା ମୁନିସିପାଲିଟିର ଶୌଚାଳୟ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି

ଯୋଡ଼ା:-ବିଗତ ଦିନ ମାନଙ୍କରେ ଯୋଡ଼ା ପୌରପାଳିକା ନିଜର କାର୍ଯ୍ୟ କଳାପ ସୁରୁଖୁରୁ ଭାବରେ ତୁଲାଇ ଆସିଥିଲା ସେନେଇ ରାଜ୍ୟରେ ଯୋଡା ମୁନ୍ସିପାଲିଟି ଏକ ନମ୍ବର ହୋଇ ପୁରୁସ୍କୃତ ପ୍ରାପ୍ତ କରି ପୌରପାଳିକାର ମାନ୍ୟତା ହାସଲ କରିଥିଲା। ହେଲେ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ପୌରପାଳିକା ପକ୍ଷରୁ ନିର୍ମିତ କିଛି କାର୍ଯ୍ୟକ୍ରମ ଏବେ ସହରର ସ୍ଵଛତାରେ ବହୁ ପଛୁଆ ହେବା କାରଣ ସାଜିଛି ବୋଲି ପୌରବାସୀଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଥିବା ଜଣାପଡିଛି। ବିଶେଷ କରି ଦେଖିବାକୁ ଗଲେ ଗତ କିଛି ବର୍ଷ ତଳେ ଯୋଡ଼ା ସହରର ଜନ ଗହଳି ଆବଶ୍ୟକୀୟ ସ୍ଥାନ ତଥା ଛକ ବାଜରେ ପ୍ରାୟ ନଅ ଗୋଟି ଶୌଚାଳୟ ଉଭୟ ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ନିର୍ମାଣ ହୋଇଥିଲା। କିନ୍ତୁ ବିଭାଗର ଦାୟୁତ୍ୱବାନ ଅଧିକାରୀଙ୍କ ପକ୍ଷରୁ ତଦାରଖ ଅଭାବ ଯୋଗୁଁ ସଫେଇ ହୋଇପାରିନ ଥିବାରୁ ସେଗୁଡିକର ଅବସ୍ଥା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ଅପରିଷ୍କାର ହୋଇ ଦୁର୍ଘନ୍ଧ ସହିତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏପରିକି ଉକ୍ତ କିଛି ଶୌଚାଳୟ ଗୁଡିକରେ ଜଳର ଯୋଗାଣରଜ ଠଫ ହୋଇଥିବା ବେଳେ ଆଉ କେତେକ ଭଙ୍ଗା ରୁଜାରେ ହୋଇ ପରିତ୍ଯକ୍ତ ଅବସ୍ଥାରେ ପଡିରହିଛି ଏହାକୁ ନେଇ ସମଗ୍ର ଯୋଡ଼ା ସହର ପାଇଁ ସ୍ୱଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ପ୍ରହସନ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି। ତେବେ ସହରର ସ୍ୱଛତା ଓ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯେପରି ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟକାନ୍ତ ପଟ୍ଟଯୋଶୀଙ୍କ ସମୟରେ ନିର୍ମାଣ କରାଯାଇଥିଲା, ଠିକ ଏବେ ଏହି ସମସ୍ତ ଶୌଚାଳୟ ଗୁଡିକୁ ସଫେଇ କରି, ଯେପରି ସାଧାରଣ ଲୋକଙ୍କ କାର୍ଯ୍ୟରେ ଆସିବା ସହ ଯୋଡ଼ା ଭଳି ପୌରାଞ୍ଚଳକୁ ସ୍ୱଛତା ଦିଗରେ ଆଗକୁ ଆଗେଇ ନେବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଥିବାର ଶୁଣିବାକୁ ମିଳିଛି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଥୁଆମୁଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ

Sunil Chandra Nayak

ସହରାଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ମୂଳ ଲକ୍ଷ୍ୟ:ନଗରପାଳ             

Sunil Chandra Nayak

ସରାଗୁଡାରେ ପୋଲ ଭଙ୍ଗା ଦିବସ 

masiha

Leave a Comment

error: Content is protected !!