ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ 

ବନ୍ଧୁଗାଁ ବ୍ଲକରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ 

ବନ୍ଧୁଗାଁ ତା, ୧୫/୮/୨୪,ଆଜି ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ I ଏହି  ଅବସରରେ ଆଜି ୮ ଘଣ୍ଟା ସମୟରେ ବନ୍ଧୁଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ବ୍ଲକ ସୋଦର ମୋହକୁମା କାର୍ଯ୍ୟାଳୟ ରେ ୯. ୪୫ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟ ମିନି ସ୍ଥାଡିୟମ ଠାରେ ୧୦. ୩୦ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଙ୍କ ଦ୍ୱାରା ପତାକା ଉତ୍ତଳନ କରା ଯାଇଥିଲା I ସ୍ୱାଧୀନତା ଦିବସ ପାଳିତ ହେଲା । ମିନି ସ୍ଥାଡିୟମ ଠାରେ ଓ.ଏ.ବି, ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ, କାନାଗାଁ, ନିଲାବାଡ଼ି (ଏସ.ଏସ.ଡ଼ି)ବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ୟାରଡ କରିବା ସହ ବ୍ଲକ ଅଧ୍ୟକ୍ଷା ଙ୍କ ନିକଟକୁ ପହଁଞ୍ଚି ପତାକା ଉତ୍ତଳନ କରିବା ପାଇଁ ନିବେଦନ କୋରାଯିବା ପରେ ବ୍ଲକ ବିଡ଼ିଓ ଓ ଉପାଧ୍ୟକ୍ଷ ଓ ପିଟି ଶିକ୍ଷକଙ୍କ ଉପସ୍ଥିତରେ ପତାକା ଉତ୍ତଳନ କରାଗଲା I କିଛି ମୁହୂର୍ତ୍ତ ପରେ ଜାତୀୟ ସଙ୍ଗୀତ ଗାନ କରାଗଲା I ଓ ଅଳ୍ପ ସମୟ ପରେ ମଞ୍ଚ ଉପରେ ଉପସ୍ଥିତ ରହିଥିବା ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ନାଚ ଓ ଗିତ ପ୍ରତି ଯୋଗୀତା କୋରାଯାଇଥିଲା I ଏଠାରେ ଉପସ୍ଥିତ ରହିଥିବା ବ୍ଲକର ବହୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ନିଜ କଳାକୁ ପ୍ରଦର୍ଶନ କରିଥିଲେ I ଏଥିରେ ଗ୍ରୁପ ଡେନ୍ସରେ ସରକାରୀ (ଏସ.ଏସ.ଡ଼ି )ସରକାରୀ ବାଳିକା ବିଦ୍ୟାଳୟ ନିଳାବାଡ଼ି ଦଳ ପ୍ରଥମ, ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତୃତୀୟ ହୋଇଥିବା ବେଳେ ସୋଲ ଡେନ୍ସ ରେ ନିଲାବାଡ଼ି (ଏସ.ଏସ.ଡ଼ି) ଛାତ୍ରୀ ବିଦ୍ୟାଳୟ ର ଜ୍ୟୋତି କାଣ୍ଡ ପ୍ରଥମ, (ଓ.ଏ.ଭି.) ନିଲାବାଡ଼ି ବିଦ୍ୟାଳୟ ର ହାଁଶିକା ବିଷଇ ଦ୍ୱିତୀୟ ତପସ୍ବିନୀ ସ୍ୱାଇଁ ତୃତୀୟ  ହୋଇଥିଲେ ଓ ଗ୍ରୁପ ପ୍ୟାରେଡ ପାଇଁ ନିଲାବାଡ଼ି ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଥିଲେ,ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ବିଡ଼ିଓ ଶ୍ରୀ ଅବିନାସ ବିଶ୍ୱଜିତ ସେଠି,ତହସିଲଦାର ଶ୍ରୀମତି ସୋନାଲି ପାତ୍ର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା,ଜନ ଦୁଇ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଜି ହିମିରିକା,ବ୍ଲକ ବିଜେଡି ସଭାପତି ବାଲାନାଗ, ବ୍ଲକର ଆଗ ଧାଡିର କଂଗ୍ରେସ ନେତା ଡ଼ି. ଏଙ୍କାଟି,ବନ୍ଧୁଗାଁ ଥାନା ଅଧିକାରୀ (ଆଇ.ଆଇ.ସି ) ଶ୍ରୀ ପ୍ରଶ୍ନ କୁମାର ମହାନ୍ତି,ବ୍ଲକର ସମସ୍ତ ପି. ଆର ମେମ୍ବର, ୧୩ ଟି ପଞ୍ଚାୟତର ସମସ୍ତ ସମିତି ସଭ୍ୟ/ସଭ୍ୟା ଙ୍କ ଉପସ୍ଥିତରେ ପୁରସ୍କାର ବିତରଣ କୋରାଯାଇଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବିଦାୟ କାଳୀନ ସମ୍ବର୍ଦ୍ଧନ

Sunil Chandra Nayak

ଅଗଷ୍ଟ ୧୬ ରୁ ଜିଲ୍ଲାବ୍ୟାପୀ ଡିଜିଟାଲ ଫସଲ ସର୍ବେକ୍ଷଣ  

masiha

*MASSIVE PROTEST BLOCKS RAYAGADA ROAD, COMMUTERS FACE DIFFICULTIES*

masiha

Leave a Comment

error: Content is protected !!