ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

ଡାବୁଗାଁ, ୧୬/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଆଜି ୭୮ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଜିଲା ସଦର ମହକୁମା ଠାରେ “ଜିଲା ସ୍ତରୀୟ ସ୍ୱାସ୍ଥ୍ୟ ସେବା ସମ୍ମାନ” ରେ ସମ୍ମାନୀତ ହୋଇ ଥିବାରୁ ଡାବୁଗାଁ ସହ ନବରଙ୍ଗପୁର ଜିଲା ପାଇଁ ଗର୍ବ ଓ ଡାବୁଗାଁ ଅଞ୍ଚଳ ବାସୀ ଗର୍ବିତ l ସ୍ଵାସ୍ଥ୍ୟ କ୍ଷେତ୍ରରେ ସମ୍ପୃକ୍ତ ଡାକ୍ତର ଙ୍କ ଅବଦାନ ଅତୁଳନୀୟ l ଗୋଷ୍ଠି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ସୁ ସମନ୍ଵୟ ରକ୍ଷା କରି ସ୍ୱାସ୍ଥ୍ୟ ସେବା ଉପରେ ଉନ୍ନତି ଆଣିବାରେ ତାଙ୍କର ପ୍ରୟାସ ଓ ଦକ୍ଷତା ପ୍ରଶସଂନୀୟ l ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସ୍ୱାସ୍ଥ୍ୟ ସୁଚକାଙ୍କ ଉନ୍ନତି ଆଣିବା ଦିଗରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ l ଉକ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନସାଧାରଣ ଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରି ତାହା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କ ପାଇଁ ପ୍ରେରଣାଦାୟୀ ଓ ଅନୁକରଣୀୟ l ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କ ମହତ୍ ଅବଦାନ ରହିଛି l ଏହି ସବୁ ଗୁଣର ଅଧିକାରୀ ହୋଇ ଥିବା ସହ ସମସ୍ତଙ୍କ ସହିତ ଲୋକପ୍ରିୟତା ଅର୍ଜନ କରିଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

35 glorious years of Vani Vihar, 89th Alumni Association meet organized.

masiha

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଙ୍କୁ ମାନୁନି ମନରେଗା ଯୋଜନା, ୪ ବ୍ଲକ ରେ ଚାଲିଛି ବେଧଢ଼କ ମେସିନ ରେ କାମ

Sunil Chandra Nayak

ଶିଶୋ ଲଉଡି ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!