ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗୀତା 

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗୀତା 

ଡାବୁଗାଁ, ୧୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୭୦ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଡାବୁଗାଁ ବନ ବିଭାଗ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗୀତା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କନିଷ୍ଠ ବିଭାଗ ପାଇଁ ଆମ ଚର୍ତୁପାର୍ଶ୍ଵ ରେ ବନ୍ୟପ୍ରାଣୀ ଓ ବରିଷ୍ଠ ବିଭାଗ ଓଡିଶାର ବିରଳ ବନ୍ୟପ୍ରାଣୀ ପାଇଁ ବିଷୟ ଉପରେ ଛାତ୍ରୀଛାତ୍ର ମାନେ ଚିତ୍ରାଙ୍କନ କରିଥିଲେ | ଏଥିରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗୌରିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏକ୍ସ- ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ସରସ୍ଵତୀ ଶିଶୁ ମନ୍ଦିର ରୁ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୋଟ ୪୯ ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ | ଏଥିରେ କନିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୌରୀ ଗଣ୍ଡ (୧ମ), ଓଡିଶା ଆଦର୍ଶ ବିଦ୍ୟାଳୟର ଆଦିତ୍ୟ ଚୌଧୁରୀ(୨ୟ), ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଦିତ୍ୟ ସିଂଲାଲ (୩ୟ) ଏବଂ ବରିଷ୍ଠ ବିଭାଗରେ ଓଡିଶା ଆଦର୍ଶ ବିଦ୍ୟାଳୟର ଲଳିତ କୁମାର (୧ୟ), ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଅମୁଧର ସାନ୍ତା (୨ୟ) ଓ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଚିନୁଆ ଜାନୀ (୩ୟ) ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ | ଏଥିରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ, ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସ ଚନ୍ଦ୍ର ରାୟ, ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ଅନିତା ହିଆଲ, ଶିକ୍ଷକ ହେମନ୍ତ କୁମାର ସାମଲ, ସନୋଜ ମହାପାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାଉଡୋଳା ଗ୍ରାମର ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

masiha

କନ୍ଧମାଳ ରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ 

Sunil Chandra Nayak

Leave a Comment

error: Content is protected !!