ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଷା ସାମ୍ବାଦିକତା ନିଶା ଗୀତ 

ପେଷା ସାମ୍ବାଦିକତା ନିଶା ଗୀତ 

ବନ୍ଧୁଗାଁ ତା ୧୮/୮/୨୪ , ନିଜର ପାଠ ପଢା ସମୟରୁ ବିଭିନ୍ନ ସଙ୍ଗୀତ ପ୍ରତିଯୋଗୀତା ଗୁଡ଼ିକରେ ଭାଗ ନେଇ ପ୍ରଥମ ହୋଇ ପୁରସ୍କାର ପାଇ ଆସୁଥିଲେ। ଘରର ଆର୍ଥିକ ଅବସ୍ଥା ତାଙ୍କୁ କିଛି ବର୍ଷ ନିରାଶ ହୋଇ ରହିବାକୁ ପଡ଼ିଥିଲା । ବଣରେ ଥିବା ମଲ୍ଲୀ ବଣରେ ଫୁଟି ମୌଳି ଯାଇଥାଏ କିନ୍ତୁ ତାହାର ମହକ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ବନ୍ଧୁଗାଁ ବ୍ଲକର ଶ୍ରୀ ମିନା ବେବରା ପେଶାରେ ଜଣେ ସାମ୍ବାଦିକତା କରନ୍ତି କିନ୍ତୁ ତାଙ୍କର ନିଶା ହେଉଛି ସୁନ୍ଦର କଣ୍ଠରେ ଗୀତ ଗାଆନ୍ତି । ନିଜର ଲୁକ୍କାୟିତ ପ୍ରତିଭାକୁ ନେଇ ସୁନ୍ଦର କଣ୍ଠରେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ରିବନ ଫିଟା, ବିୟୁଟି ରାଣୀ, ମହୁଲ ଫୁଲ, ହଟ୍ ଫିଗର୍, ଜୟ ଜୟ ଅଗ୍ନୀ ଗଙ୍ଗାମା, ମୁହଁ ଦର୍ପଣ, ବାହା ଘରର ସ୍ମାଇଲ ମିଟିଙ୍ଗ ଓ ଦେଶାତ୍ମବୋଧ ଗୀତ ବନ୍ଦେ ମାତା ରାମ ଗୀତ ଗାଇ ଅନେକ ଚର୍ଚ୍ଚାରେ ଅଛନ୍ତି। ସେ କୋରାପୁଟିଆ, ସମଲପୁରୀ, ଓଡ଼ିଆ ଆଧୁନିକ, ଭୋଜନ ଓ ଦେଶଆତ୍ମବୋଧ ଗୀତ ଗାଇ ପାରନ୍ତି। ତାଙ୍କର ଏହି ସବୁ ଗୀତ ଶୁଣି ହଜାର ହଜାର ଲୋକ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ଉପାନ୍ତ ଅଞ୍ଚଳରେ ଜଣେ ସାମ୍ବାଦିକତା କରି ସୁନ୍ଦର କଣ୍ଠରେ ଗୀତ ଗାଇ ପାରୁଛନ୍ତି । ତାଙ୍କୁ ସୁଯୋଗ ମିଳିଲେ ହୁମାନ ସାଗର, କୁମାର ସାନୁ, କିଶୋର କୁମାର, ବିନୋଦ ରାଥଡ ଓ ବାବୁଲ ସୁପ୍ରୀୟଙ୍କ ପରି ମଧ୍ୟ ଗୀତ ଗାଇବାର କ୍ଷମତା ଅଛି ବଲି ଗଣ ମାଧ୍ୟମଙ୍କୁ କହିଥିଲେ । ଅତି ଅଳ୍ପ ଦିନରେ ତାଙ୍କର ଏମ ,ବି ମୀୟୁଜିକ ଅଫିସିଆଲ୍ ୟୁଟୁବ ଚେନାଲ ରହିଛି ଓ ବହୁ ସଂଖ୍ୟାରେ ସବ୍ସକ୍ରାଇବ ମଧ୍ୟ ରହିଛନ୍ତି । ସବ୍ସକ୍ରାଇବ ମାନେ ଗୀତକୁ ଶୁଣି ମିନା ବାବୁଙ୍କୁ ସାଦୁବାଦ ଜଣାଇବା ସହ ମହଲରେ ଅନେକ ଚୋର୍ଚ୍ଚା ହୋଉଥିବାର ଶୁଣିବାକୁ ମିଳିଛି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ଇସଲାମ ଧର୍ମଗୁରୁ ହଜରତ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଜୟନ୍ତୀ ଧୁମଧାମରେ ପାଳିତ

Sunil Chandra Nayak

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଙ୍କ ପରଲୋକ, ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା 

ତେଜିଲା କୁରୁଗୁଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ 

Sunil Chandra Nayak

Leave a Comment

error: Content is protected !!