ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୋଗୀ ସଜଫୁଲର ପଶ୍ଚିମାଞ୍ଚଳ ବିଶେଷାଙ୍କ ନିମନ୍ତେ ସମ୍ପାଦନା ମଣ୍ଡଳୀ ଗଠିତ

ସଂଯୋଗୀ ସଜଫୁଲର ପଶ୍ଚିମାଞ୍ଚଳ ବିଶେଷାଙ୍କ ନିମନ୍ତେ ସମ୍ପାଦନା ମଣ୍ଡଳୀ ଗଠିତ

ଘଟଗାଁ,୧୮/୮ : ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଲିଭାଉଥିବା ସ୍ଥାନୀୟ କୁଣ୍ଡାପିଠା ଗ୍ରାମର ସଂଯୋଗୀ ସାହିତ୍ୟ ସଂସଦ ର ତ୍ରୈମାସିକ ମୁଖପତ୍ର ” ସଂଯୋଗୀ ସଜଫୁଲ “ର ଆଗାମୀ ସଂଖ୍ୟା ବଲାଙ୍ଗୀର ଜିଲ୍ଲାରେ ଲୋକାର୍ପଣ ହେବାକୁ ଥିବା ପଶ୍ଚିମାଞ୍ଚଳ ବିଶେଷାଙ୍କ ପାଇଁ ଏକ ସଂପାଦନା ମଣ୍ଡଳୀ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି । ଓଡ଼ିଶାର ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଥିବା ଦୂରତ୍ବକୁ ଦୂର କରିବା ସହିତ ପରଷ୍ପର ଭିତରେ ଭାବର ଆଦାନପ୍ରଦାନ କରିବା ଏବଂ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁଁ ତଥା ଓଡ଼ିଶାର ପ୍ରତିଟି କୋଣ ଅନୁକୋଣକୁ ଛୁଇଁବା ନିମନ୍ତେ ସଂସଦ ତରଫରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ପ୍ରଥମେ ପଶ୍ଚିମାଞ୍ଚଳକୁ ଗୁରୁତ୍ବ ଦେଇ ପଶ୍ଚିମାଞ୍ଚଳ ବିଶେଷାଙ୍କ ପାଇଁଁ ଏକ ସଂପାଦନା ମଣ୍ଡଳୀ ଗଠନ କରାଯାଇଛି ।ସେମାନେ ହେଲେ -: ସୋନପୁର ଓ ବୌଦ୍ଧ ଜିଲ୍ଲାର ପ୍ରତିନିଧି ରୂପେ ଆଗଲପୁର ପଞ୍ଚାଯତ ସମିତି ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକ, କବି ପ୍ରାବନ୍ଧିକ ଡକ୍ଟର ଲିଙ୍ଗରାଜ ମେହେର, ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲାର ପ୍ରତିନିଧି ରୂପେ ଜଣେ ଆଦର୍ଶ ଶିକ୍ଷକ, ରାଧାକୃଷ୍ଣ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଂପାଦକ, କବି, ଶିଶୁ ସାହିତ୍ୟିକ, ସଂଗଠକ ବିପିନ ବିହାରୀ ପୃଷ୍ଟି, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ପ୍ରତିନିଧି ରୂପେ ଜଣାଶୁଣା ଆଦର୍ଶ ଶିକ୍ଷୟିତ୍ରୀ ଓ କବୀ ଅନୁପମା ବିଶ୍ବାଳ, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ପ୍ରତିନିଧି ରୂପେ ଜଣେ ଆଦର୍ଶ ଶିକ୍ଷକ, ସଂଗଠକ ଓ କବି ତପନ କୁମାର ଦାଶ ଏବଂ ବରଗଡ ଓ ବଲାଙ୍ଗୀର ଜିଲ୍ଲାର ପ୍ରତିନିଧି ରୂପେ ବରିଷ୍ଠ ସାହିତ୍ୟିକ ମହେନ୍ଦ୍ର ସେଠ୍ ଙ୍କୁ ସଂପାଦନା ମଣ୍ଡଳୀର ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି ଅନୁଷ୍ଠାନର ସଂପାଦକ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଏଥିସହ ଚଳିତ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ନିଜ ନିଜ ଅଞ୍ଚଳର ପ୍ରତିନିଧିଙ୍କ ଜରିଆରେ ପରିବେଶ, ପାରିବାରିକ କିମ୍ବା ସାମାଜିକ ଚେତନାଧର୍ମୀ ଉପରେ ଆଧାରିତ କବିତା, ପ୍ରବନ୍ଧ କିମ୍ବା ଗଳ୍ପ ପଠାଇବାକୁ ଅନୁରୋଧ କରାଯାଉଛି ।।

ବାଲେଶ୍ଵର ଏବଂ କେନ୍ଦୁଝରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୂତନ ବର୍ଷ ଉପଲକ୍ଷେ ଅନନ୍ୟାର ଅନଲାଇନ କବିତା ଆସର, ପର୍ଯ୍ଯବେକ୍ଷଣରେ ବାଲେଶ୍ଵର 

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଡକ ସୁରକ୍ଷା ମାସ ପାଳନ 

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଦ୍ୱିତୀୟ ଅର୍ଘ୍ୟ : ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ବକ୍ତୃତା

masiha

Leave a Comment

error: Content is protected !!