ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତିଙ୍କ କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସାଧାରଣ ସଭା ଓ ନୂତନ କମିଟି ଗଠନ

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତିଙ୍କ କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସାଧାରଣ ସଭା ଓ ନୂତନ କମିଟି ଗଠନ

ଖଇରା,୧୮/୮/୨୪ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଶିକ୍ଷକ ଭବନ ପରିସରରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ଖଇରା ବ୍ଲକ ସାଧାରଣ ସଭା ଓ ମନୋନୀତ ନୂତନ କମିଟି ଗଠନ କରାଯାଇ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି, ଏହି ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଙ୍ଘର ବାଲେଶ୍ଵର ଜିଲ୍ଲା ରାଜସ୍ବ ବିଭାଗ ଖଇରା ତହସିଲ ଅଧିନରେ ରାଜସ୍ବ ନୀରିକ୍ଷକ ସୁବ୍ରତ କୁମାର ସିଂ, ସାଧାରଣ ସଂପାଦକ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନନ୍ତ କୁମାର ହାଁସଦା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ସଭାପତି ପ୍ରସନ୍ନ ଦାସ, ଯୁଗ୍ମ ସମ୍ପାଦକ ପ୍ରମୋଦ ରାମ, ସଂଘର ନେତୃବୃନ୍ଦ ଶଶିକାନ୍ତ ଦାସ, ଅନିରୁଦ୍ଧ ଦାସ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ବିଡ଼ିଓ ଅନନ୍ତ କୁମାର ହାଁସଦା ତାଙ୍କ ଅଭିଭାଷଣରେ କହିଥିଲେ (ଡଃ ବାବାସାହେବ) ବି, ଆର ଆମ୍ବେଦକର, ଭୀମରାଓ ରାମଜୀ ଆମ୍ବେଦକର ୧୪ ଏପ୍ରିଲ ୧୮୯୧ – ୬ ଡିସେମ୍ବର ୧୯୫୬ ପର୍ଯ୍ୟନ୍ତ ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୈତିଜ୍ଞ, ସମାଜସେବୀ, ସଂସ୍କାରକ ଏବଂ ରାଜନୈତିକ ନେତା ଭାବେ ପରିଚିତି ଥିଲେ, ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ କରୁଥିବା କମିଟିର ନେତୃତ ନେଉଥିଲେ । ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ୍ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ହିନ୍ଦୁ ଧର୍ମତ୍ୟାଗ କରିବା ପରେ ଦଳିତ ବୈଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଉଥିଲେ । ୧୯୫୬ ମସିହାରେ ସେ ବୈଦ୍ଧ ଧର୍ମ ଗ୍ରହଣ କରି ଦଳିତଙ୍କ ଗଣ ଧର୍ମାନ୍ତରଣ ଆରମ୍ଭ କରିଥିଲେ । ୧୯୯୦ ମସିହାରେ ଡଃ ଆମ୍ବେଦକରଙ୍କୁ ମରଣୋତ୍ତର ଭାବେ ଭାରତର ସବୋର୍ଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଅନୁଗାମୀ ମାନେ ବ୍ଯବହାର କରିଥିବା ” ଜୟ ଭୀମ”( ପ୍ରଜ୍ଜ୍ୱଳିତ” ଜୟ ଭୀମ) ତାଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ତାଙ୍କୁ ବାବା ସାହେବ ନାମରେ ମଧ୍ୟ ସମ୍ବୋଧିତ କରାଯାଇଛି, ଆଉ ମଧ୍ଯ ବକ୍ତବ୍ୟ ରଖିଥିଲେ ନୂତନ କମିଟି କରାଯାଉ, ହେଲେ ଖାଲି କର୍ମଚାରୀ ମାନଙ୍କ ପଦୋନ୍ନତି, ଅସୁବିଧା ବିଷୟରେ ଖାଲି ଦାବି କରାନଯାଇ ଏହି ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତିର ସାଧାରଣ ଲୋକ ମାନଙ୍କ ସମସ୍ତ ମୌଳିକ ଅଧିକାର ଯଥା ଜଣେ ଦଳିତ ବର୍ଗର ତା’ର ଜମି ଅଧିଗ୍ରହଣ ଓ ଜମି ବନ୍ଦକ ଦେଇ ପାରିବ ସେସବୁ ଦିଗରେ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସାଧାରଣ ଲୋକ ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ଦିଗରେ ସରକାରଙ୍କ ଦାବି ରଖିବାକୁ ପ୍ରସ୍ତାବ ଆଗତ କରିଥିଲେ, ସର୍ବଶେଷରେ ଖଇରା ବ୍ଲକ ସ୍ତରୀୟ ମନୋନୀତ କମିଟିର ବିଡ଼ିଓ ଅନନ୍ତ କୁମାର ହାଁସଦା, ଅଧ୍ୟକ୍ଷ ଭାବେ ବ୍ଲକ ସଭାପତି ରବିନ୍ଦ୍ର କୁମାର ସିଂ, ସମ୍ପାଦକ ଅନିରୁଦ୍ଧ ଗଜ, କାର୍ଯ୍ୟକାରୀ ସଭାପତି ଭରତ ଶିଅଳ, ଅତିରିକ୍ତ ସମ୍ପାଦକ ବୃଦ୍ଧ ଦେବ ନାଇକ, ନିଯୁକ୍ତି ସମ୍ପାଦକ ନାରାୟଣ ଯେନା, ସାଂସ୍କୃତିକ ସମ୍ପାଦକ ଶ୍ରୀ ମତୀ ଚନ୍ଦ୍ରିକା ସିଂ, ଆର୍ଥିକ ସମ୍ପାଦକ ଚିତ୍ତରଞ୍ଜନ ଯେନା ଓ ତଦାରଖକାରୀ (ସମୀକ୍ଷକ) ରାଜସ୍ବ ବରିଷ୍ଠ ସହାୟକ ହରିହର ଶିଅଳ, ଆଗାମୀ ଦୁଇ ବର୍ଷ ପାଇଁ ମନୋନୀତ କରାଯାଇଅଛି । ଆଗାମୀ ଦିନରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତିଙ୍କ ବର୍ଗର କର୍ମଚାରୀ ଓ ଦଳିତ ଲୋକ ମାନଙ୍କ ପାଇଁ ହକ୍ ଓ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ରିଷିଡା ବାପୁଜୀ ହାଇସ୍କୁଲ ୧୯୮୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

ମୁଣ୍ଡରା ଗୁଡା ଠାରେ ବନମହୋତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!